ସିଙ୍ଘୁରେ ଖଣ୍ଡଯୁଦ୍ଧ : ଭଙ୍ଗାରୁଜା

ନୂଆଦିଲ୍ଲୀ: ପୁଣି ଥରେ ସିଙ୍ଘୁ ଅଶାନ୍ତ ହୋଇ ପଡିଛି । ଆନେ୍ଦାଳନକାରୀଙ୍କୁ ବିରୋଦ୍ଧ କରି ସ୍ଥାନୀୟ ଲୋକେ ଟେକାମାଡ କରିବା ଯୋଗୁଁ ରଣ କ୍ଷେତ୍ର ପାଲଟିଥିଲା । ତେବେ ଉତ୍ୟକ୍ତ ଲୋକଙ୍କୁ ଘଉଡାଇବା ଲାଗି ପୋଲିସ ପ୍ରଥମେ ଲୁହ ବୁହା ଗ୍ୟାସ ପ୍ରୟକ କରି ବିଫଳହେବା ପରେ ଲାଠି ମାଡ କରିଥିଲା । ଅନ୍ୟପକ୍ଷରେ ଉତ୍ୟକ୍ତ ଲୋକଙ୍କ ଛୁରା ମାଡରେ ଜଣେ ପୋଲିସ ଆହତ ହୋଇଥିବା କୁହାଯାଇଛି । କୃଷିଆଇନ୍ ବିରୋଧରେ ଦିଲ୍ଲୀ-ହରିଆଣର ସିଙ୍ଘୁ ସୀମାରେ ଆନେ୍ଦାଳନ କରୁଥିବା ଚାଷୀଙ୍କ ଉପରକୁ ପଥର ମାଡ ହୋଇଛି । କିଛି ଲୋକ ଆଜି ସିଙ୍ଘୁ ସୀମାରେ ପହଞ୍ଚି ଶାନ୍ତିପୂର୍ଣ୍ଣ ଭାବେ ଆନେ୍ଦାଳନ କରିଥିବା ଚାଷୀଙ୍କ ଉପରକୁ ପଥର ମାଡ କରିଛନ୍ତି । ସେହିପରି ଏଠାରେ ଥିବା ସେମାନଙ୍କ ଟେଂଟ ଗୁଡିକୁ ମଧ୍ୟ ଭାଙ୍ଗି ଦେଇଛନ୍ତି । ସେମାନେ ନିଜକୁ ସ୍ଥାନୀୟ ଅଞ୍ଚଳର ଲୋକ ବୋଲି ଦାବି କରି ଚାଷୀଙ୍କ ଅନ୍ୟାନ୍ୟ ସମ୍ପତିଗୁଡିକୁ ମଧ୍ୟ କ୍ଷ୍ତି ପହଞ୍ଚାଇବାକୁ ଚେଷ୍ଟା କରିଛନ୍ତି ।
ପୋଲିସ ବି ଚାଷୀଙ୍କୁ ଆନେ୍ଦାଳନ ସ୍ଥଳ ଖାଲି କରିବାକୁ ସହ ଟେଂଟ ଗୁଡିକ ହଟାଇବାକୁ ଉଦ୍ୟମ କରିଥିଲା । ସ୍ଥାନୀୟ ଅଞ୍ଚଳର ତଥାକଥିତ ଲୋକ ଓ ପୋଲିସ୍ର ଏପରି ବଳପୂର୍ବକ କାର୍ଯ୍ୟାନୁଷ୍ଠାନକୁ ଚାଷୀମାନେ ବିରୋଧ କରିଛନ୍ତି । ସ୍ଥିତି ବିଗିଡିବାକରୁ ପୋଲିସ ଲାଠିଚାର୍ଜ ସହ ଟିୟର ଗ୍ୟାସ ପ୍ରୟୋଗ କରିଛି । ଏପରି କି ପୋଲିସ ୨ରୁ ୩ଜଣ ଲୋକଙ୍କୁ ତଳେ ପକାଇ ଲାଠିରେ ପିଟୁଥିବା ଦେଖାଯାଇଛି । ମାଡ ଖାଉଥିବା ବ୍ୟକ୍ତିମାନେ ଚାଷୀ ନା ସିଙ୍ଘୁ ସୀମାକୁ ଧସେଇ ପସିଥିବା ତଥା କଥିତ ସ୍ଥାନୀୟ ଲୋକ ଜଣାପଡିନାହିଁ । ସେହିପରି ଚାଷୀଙ୍କ ଆନେ୍ଦାଳନକୁ ଦୃଷ୍ଟିରେ ରଖି କଡାସୁରକ୍ଷା ବଳୟର ବ୍ୟବସ୍ଥା କରାଯାଇଥିବା ବେଳେ କେମିତି ସ୍ଥାନୀୟ ଅଞ୍ଚଳର ଲୋକ ଟେଂଟ ପାଖରେ ପହଞ୍ଚିଲେ, ତା’କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଗତକାଲି ମଧ୍ୟ ସିଂଘୁ ସୀମାରେ କିଛି ଲୋକ ପ୍ରବେଶ କରି ଚାଷୀଙ୍କୁ ବିରୋଧ କରିଥିଲେ । ଜାନୁଆରୀ ୨୬ରେ ଚାଷୀଙ୍କ ଟ୍ରାକ୍ଟର ରାଲି ବେଳେ ଘଟିଥିବା ହିଂସାକାଣ୍ଡ ପାଇଁ ଲୋକମାନେ ରାଜରାସ୍ତାକୁ ଓହ୍ଲାଇଥିବା କହିଥିଲେ । ଅନ୍ୟପକ୍ଷରେ ଗାଜିପୁର ଓ ଟିକ୍ରି ସୀମାରେ ମଧ୍ୟ ବ୍ୟାପକ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି । ଗାଜିପୁର ସୀମାକୁ ଖାଲି କରିବାକୁ ଗତକାଲି ଠାରୁ ଗାଜିଆବାଦ ଜିଲ୍ଲା ମାଜିଷ୍ଟେ୍ରଟ୍ ନିଦେ୍ର୍ଧଶ ଦେଇ ସାରିଛନ୍ତି । ତଥାପି ଏଠାରେ ରାକେଶ ଟିକାୟତଙ୍କ ନେତୃତ୍ୱରେ ଆନେ୍ଦାଳନ କରୁଥିବା ଚାଷୀମାନେ ପୂର୍ବଭଳି ରାସ୍ତା ଉପରେ ବିକ୍ଷୋଭ କରୁଛନ୍ତି । ଗତକାଲି ରାକେଶ ଟିକାୟତ ଭାଷଣ ଦେବା ବେଳେ କାନ୍ଦି ପକାଇଥିଲେ । ଏପରି କି ଲାଠି ଧରି ଆନେ୍ଦାଳନ ସ୍ଥଳକୁ ଆସିଥିବା ଜଣେ ଯୁବକଙ୍କୁ କ୍ୟାମେରା ସାମ୍ନାରେ ଚାପୁଡା ମାରିଥିଲେ । ଲାଠି ଧରି ଆସିଥିବା ଯୁବକଙ୍କ ସହ ତାଙ୍କର କୌଣସି ସମ୍ପର୍କ ନାହିଁ ଓ ଏଭଳି ଅସାମାଜିକ ବ୍ୟକ୍ତିଙ୍କୁ କିଛି ଗୋÂୀ ଚାଷୀ ଆନେ୍ଦାଳନକୁ ଭଣ୍ଡୁର କରିବା ପାଇଁ ପଠାଇଥିବା ସେ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.

sixteen + 8 =