ସିଡନୀରେ ମୋଦି; ବ୍ରିସବେନରେ ଖୋଲିବ ନୂଆ କନସୁଲେଟ୍

ସିଡନୀ, ୨୩ ।୫ (ଏଜେନ୍ସି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଅଷ୍ଟ୍ରେଲିଆ ଗସ୍ତରେ ଯାଇଛନ୍ତି । ସେ ସିଡନୀର କୁଡୋସ୍ ବ୍ୟାଙ୍କ ଏରିନାରେ ଭାରତୀୟ ବଂଶୋଦ୍ଭବଙ୍କ ଏକ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ଏହି ସମୟରେ ଗଣପତି ବପ୍ପା ମୋରିୟା, ଭାରତ ମାତା କୀ ଜୟ ଓ ମୋଦି ମୋଦି ଜୋରଦାର ନାରା ଶୁଣିବାକୁ ମିଳିଥିଲା । କାର୍ଯ୍ୟକ୍ରମ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଅଲବନିଜ ମଧ୍ୟ ଉପସ୍ଥିତ ଥିଲେ । ସିଡନୀର ଅଲମ୍ପିକ ପାର୍କରେ ଥିବା ଏହି ଷ୍ଟାଡିମୟରେ ପ୍ରଧାନମନ୍ତ୍ରୀ ମୋଦି ୨୦ ହଜାର ଭାରତୀୟଙ୍କୁ ସମ୍ବୋଧିତ କରିଛନ୍ତି । ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିଛନ୍ତି ବଡ଼ ଘୋଷଣା । ତାହା ହେଲା ବ୍ରିସବେନରେ ଭାରତର ନୂତନ କନସୁଲେଟ୍ ଖୋଲାଯିବ । ପ୍ରଧାନମନ୍ତ୍ରୀ କହିଛନ୍ତି, ବହୁଦିନ ଧରି ଏହାର ଦାବି କରାଯାଉଥିଲା । ଶେଷରେ ଏବେ ଏହି ନିଷ୍ପତ୍ତି ନିଆଯାଇଛି । ମଙ୍ଗଳବାର ମୋଦି ଅଷ୍ଟ୍ରେଲିଆରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ଖୁବ୍ ଉତ୍ସାହ ଓ ପାରମ୍ପରିକ ଶୈଳିରେ ସ୍ୱାଗତ କରାଯାଇଥିଲା । ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଅଲବାନିଜ୍ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଖୁବ୍ ପ୍ରଶଂସା କରିଥିଲେ । ସେ କହିଥିଲେ, ‘ପ୍ରଧାନମନ୍ତ୍ରୀ ମୋଦି ହେଉଛନ୍ତି ବସ୍’ । ମୋଦିଙ୍କ ସ୍ୱାଗତ କରିବା ସୌଭାଗ୍ୟର କଥା । ଶେଷ ଥର ମୁଁ ଏହି ମଞ୍ଚରେ ବ୍ରୁସ୍ ସ୍ପିଙ୍ଗଷ୍ଟିନ୍ (ସିଙ୍ଗର)ଙ୍କୁ ଦେଖିଥିଲି ଓ ତାଙ୍କୁ ମଧ୍ୟ ଏତେ ସ୍ୱାଗତ କରାଯାଇନଥିଲା ଯେତିକି ମୋଦିଙ୍କୁ କରାଯାଇଛି । ପ୍ରଧାନମନ୍ତ୍ରୀ ମୋଦି ନିଜର ସମ୍ବୋଧନର ଆରମ୍ଭ ‘ନମସ୍ତେ ଅଷ୍ଟ୍ରେଲିଆ ’ରୁ ଆରମ୍ଭ କରିଥିଲେ । ସେ କହିଛନ୍ତି, ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଓ ମୋର ପ୍ରିୟ ମିତ୍ର ଆନ୍ଥୋନୀ , ପୂର୍ବତନ ପ୍ରଧାନମନ୍ତ୍ରୀ ସ୍କଟ୍ ମୋରିସନ୍, ବୈଦେଶିକ ମନ୍ତ୍ରୀ, ବିରୋଧି ନେତା ଓ ଅଷ୍ଟ୍ରେଲିଆର ସବୁ ଲୋକ ବହୁପରିମାଣରେ ପହଞ୍ଚିଥିବାରୁ ମୋର ନମସ୍କାର ।
ଏହି ସମୟରେ ମୋଦି ଭାରତ-ଅଷ୍ଟ୍ରେଲିଆ ସମ୍ପର୍କକୁ ‘ଥ୍ରୀ-ସି’ ରେ ବୁଝାଇ କହିଥିଲେ । ତାହା ହେଲା କମନୱେଲଥ୍ , କ୍ରିକେଟ୍ ଓ କରି ବା ତରକାରୀ । ‘ଆମର କ୍ରିକେଟ୍ ସମ୍ପର୍କ ମଧ୍ୟ ୭୫ ବର୍ଷ ପୂରଣ କରିଛି । କ୍ରିକେଟ୍ ପଡ଼ିଆରେ ଆମର ମୁକାବିଲା ଯେତେ କଡା, ଆମର ବନ୍ଧୁତା ସେତେ ଗଭୀର ହେବ । ଏଥର ମଧ୍ୟ ଅଷ୍ଟ୍ରେଲୀୟ ମହିଳା କ୍ରିକେଟରମାନେ ମଧ୍ୟ ଆଇପିଏଲ ଖେଳିବାକୁ ଭାରତ ଆସିଛନ୍ତି । ଏହା ନୁହେଁ ଯେ ଆମେ କେବଳ ସୁଖର ସାଥୀ ଅଟୁ । ଜଣେ ଭଲ ବନ୍ଧୁ କେବଳ ସୁଖର ସାଥୀ ନୁହଁନ୍ତି, ବରଂ ଦୁଃଖର ସାଥୀ ମଧ୍ୟ ରହିଥାଏ । ଗତ ବର୍ଷ ଯେତେବେଳେ ମହାନ କ୍ରିକେଟର ସେନ୍ ୱାର୍ଣ୍ଣଙ୍କର ଦେହାନ୍ତ ହୋଇଥିଲା, ସେତେବେଳେ ଅଷ୍ଟ୍ରେଲିଆ ସହିତ ଲକ୍ଷ ଲକ୍ଷ ଭାରତୀୟ ଶୋକ ବ୍ୟକ୍ତ କରିଥିଲେ ।

Leave A Reply

Your email address will not be published.

11 − 5 =