ନୂଆଦିଲ୍ଲୀ,୧୭.୬ (ନି.ପ୍ର.): ରଥଯତ୍ରା ବନ୍ଦ ପାଇଁ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିବା ପିଟିସନ ଶୁଣାଣି ଆସନ୍ତା ୧୮ ତାରିଖ ଦିନ ହେବ । ଶୁଣାଣି ପାଇଁ ମାମଲାକୁ ୧୧ ନମ୍ବରରେ ତାଲିକାଭୁକ୍ତ କରାଯାଇଛି । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଏସ୍.ଏ. ବୋବଡେ, ବିଚାରପତି ଏ.ଏସି. ବୋପନ୍ନା ଓ ବିଚାରପତି ହୃଷିକେଶ ରାୟଙ୍କ ଖଣ୍ଡପୀଠରେ ଭିଡିଓ କନ୍ଫରେନ୍ସିଂ ଜରିଆରେ ଏହି ମାମଲାର ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି । ଓଡ଼ିଶା ବିକାଶ ପରିଷଦ ଦ୍ୱାରା ଦାଖଲ କରାଯାଇଥିବା ପିଟିସନରେ ପକ୍ଷଭୁକ୍ତ ହେବା ପାଇଁ ଜୟନ୍ତ କୁମାର ବଳଙ୍କ ଦ୍ୱାରା ଦାଖଲ କରାଯାଇଥିବା କ୍ୟାଭେଟ୍ ଆବେଦନ ମଧ୍ୟ ଶୁଣାଣି ହେବ ।