ସୁସ୍ଥ ହେଲେ ୧୫୩ କରୋନା ଆକ୍ରାନ୍ତ
ଭୁବନେଶ୍ୱର- ରାଜ୍ୟରେ ସୁସ୍ଥ ହେଲେ ଆଉ ୧୫୩ ଆକ୍ରାନ୍ତ । ଏଯାବତ୍ ଆରୋଗ୍ୟ ହାର ୩୨୦୦ରେ ପଂହଚିଛି । ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କଟକରୁ ୪୩, ଜଗତସିଂହପୁର ୨୧, କନ୍ଧମାଳ ୧୮, ଖୋର୍ଦ୍ଧା ୧୨, ଭଦ୍ରକ ୧୧, ଗଜପତି ୯, କଳାହାଣ୍ଡି ୭, ବାଲେଶ୍ୱର, ଦେବଗଡ, ଗଞ୍ଜାମ, ମୟୂରଭଞ୍ଜ ଓ ସୁନ୍ଦରଗଡରୁ ୫ ଜଣ ଲେଖାଏଁ , ବଲାଙ୍ଗିର, ଝାରସୁଗୁଡା, ନୟାଗଡରୁ ୨ଲେଖାଏଁ ଓ କୋରାପୁଟରୁ ଜଣେ ରହିଛନ୍ତି । ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।