ସୁସ୍ଥ ହୋଇଥିବା ରୋଗୀଙ୍କ ଶରୀରରେ ପୁଣି ଥିରେ ସଂକ୍ରମିତ ହେଉଛି ଭାଇରସ


ନୂଆଦିଲ୍ଲୀ- ଦେଶରେ କରୋନା ସଂକ୍ରମଣ ଯେଉଁ ହାରରେ ବୃଦ୍ଧି ପାଉଛି ଆରେଗ୍ୟ ହାର ମଧ୍ୟ ସେହି ଅନୁସାରେ ବୃଦ୍ଧି ପାଉଛି । କିନ୍ତୁ ଯେଉଁ ମାନେ ସୁସ୍ଥ ହୋଇ ଘରକୁ ଫେରୁଛନ୍ତି ସେମାନଙ୍କ ଠାରେ ପୁଣି ଥିରେ କରୋନା ଭାଇରସ ଦେଖିବାକୁ ମିଳିଛି । ନଏଡାର ଦୁଇ ଏବଂ ମୁମ୍ବାଇର ୪ ଜଣ ସ୍ୱାସ୍ଥ୍ୟ କର୍ମୀ ସୁସ୍ଥ ହୋଇସାରିବା ପରେ ପୁଣି ଥିରେ ସେମାନଙ୍କ ଠାରେ ଲକ୍ଷଣ ଦେଖିବାକୁ ମିଳିଥିଲା । ତେବେ ଗଭର୍ଣ୍ଣମେଂଟ ଇନଷ୍ଟିଚୁ୍ୟଟ ଅଫ ମେଡିକାଲ ସାଇନ୍ସର ବୈଜ୍ଞାନିକ ମାନେ କହିଛନ୍ତି ଏହି ଭାଇରସକୁ ଯାଂଚ କରିବା ପରେ ସେମାନଙ୍କ ଶୀରରରେ କରେନା ଭାଇରସର ନୂଆ ରୂପ ଦେଖିବାକୁ ମିଳିଛି । ଏହା ଶରୀରରେ ଥିବା ଆଂଟିବଡି ଏହି ଭାଇରସ ଉପରେ କୌଣସି ପ୍ରଭାବ ପକାଇ ପାରୁନାହିଁ ।

Leave A Reply

Your email address will not be published.

18 − fourteen =