ଜାମ୍ମୁ: ଜାମ୍ମୁ-କାଶ୍ମୀରର ଶ୍ରୀନଗର ଅନ୍ତର୍ଗତ ଖାନମୋହ ଅଞ୍ଚଳରେ ଜଣେ ସେନା ଅଧିକାରୀ ନିଜକୁ ଗୁଳିକରି ଆତ୍ମହତ୍ୟା କରିଛନ୍ତି । ମୃତ ସେନା ଅଧିକାରୀ ହେଉଛନ୍ତିଲ୍ୟୁଟ୍ନାଂଟ କଲୋନେଲ୍ ସୁଦୀପ ଭଗତ । ଅଧିକାରୀଙ୍କ ସୂଚନା ଅନୁସାରେ, ସେନାର ଡିପୋରେ ମୁତୟନ ହୋଇଥିବା ଲ୍ୟୁଟନାଂଟ କଲୋନାଲ୍ ସୁଦୀପ ନିଜ ଉପରକୁ ଗୁଳି ଚଳାଇଥିଲେ । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ସେ କ’ଣ ପାଇଁ ଏଭଳି ପଦକ୍ଷେପ ନେଲେ ତାହାର ତଦନ୍ତ କରାଯାଉଛି ବୋଲି ଅଧିକାରୀ ଜଣଙ୍କ କହିଛନ୍ତି ।
ଏହା ପୂର୍ବରୁ ଗତ ଫେବୃଆରୀ ୬ ତାରିଖରେ ଜାମ୍ମୁର ଅଖନୁର ଅଞ୍ଚଳରେ ସେନାର ଜଣେ ଯବାନ ଆତ୍ମହତ୍ୟା କରିଥିଲେ । ଯବାନ ଜଣକ ନିଜକୁ ଗୁଳି କରିବା ଫଳରେ ତାଙ୍କ ଜୀବନ ଚାଲିଯାଇଥିଲା ।