ନୂଆଦିଲ୍ଲୀ: ଦେଶରେ ମହାମାରୀ କରୋନା ଭୂତାଣୁ ସଂକ୍ରମଣର ମୁକାବିଲା ପାଇଁ କେନ୍ଦ୍ର ସରକାର ଆଜି ଋଷ ନିର୍ମିତ ସ୍ପୁଟନିକ୍-ଭି ଟିକାକୁ ଅନୁମତି ପ୍ରଦାନ କରିଛନ୍ତି । କରୋନାର ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ଅନୁମୋଦନ ପାଇବାରେ ସ୍ପୁଟନିକ୍-ଭି ହେଉଛି ତୃତୀୟ ଟିକା । ପୂର୍ବରୁ ସ୍ୱଦେଶୀ ନିର୍ମିିତ ଟିକା କୋଭାସିଲ୍ଡ ଓ କୋଭାକ୍ସିନ୍କୁ ସରକାର ଅନୁମତି ପ୍ରଦାନ କରିଥିଲେ । ତେବେ ସ୍ପୁଟନିକ-ଭିର ଜରୁରୀ ବ୍ୟବହାର ପାଇଁ ସରକାର ଅନୁମତି ଦେଇଛନ୍ତି ।
ସୂଚନାଯୋଗ୍ୟ ଯେ, ଦେଶରେ ଏବେ ଟିକାକରଣ ଅଭିଯାନ ଜାରୀ ରହିଛି । ବିଶ୍ୱର ଦ୍ୱିତୀୟ ସର୍ବବୃହତ ଜନବହୁଳ ରାଷ୍ଟ୍ର ଭାରତରେ ଏବେ କେବଳ ୪୫ବର୍ଷରୁ ଉଦ୍ଧ୍ୱର୍ ନାଗରିକ ମାନଙ୍କୁ ଟିକାକରଣ କରାଯାଉଛି । ତେବେ ବହୁ ରାଜ୍ୟ ଟିକାର ଅଭାବ ନେଇ ଅଭିଯୋଗ କରିଛନ୍ତି । ଟିକା ଅଭାବର ସମାଧାନ ପାଇଁ କେନ୍ଦ୍ର ସରକାର ସ୍ପୁଟନିକ-ଭି ଟିକାକୁ ଅନୁମତି ପ୍ରଦାନ କରିଥିବା ପ୍ରକାଶ ।
ଅନ୍ୟପକ୍ଷରେ ଆସନ୍ତା ଅକ୍ଟୋବର ସୁଦ୍ଧା ଭାରତରେ ଆଉ ୫ଟି କରୋନା ଟକା ଉପଲବ୍ଧ ଥିବ ବୋଲି ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।
ସରକାରୀ ସୁତ୍ରକୁ ଉଦ୍ଧାର କରି ଏକ ସାମ୍ବାଦିକ ସରବରାହ ସଂସ୍ଥା କହିଛି ଯେ, ଆସନ୍ତା ଅକ୍ଟୋବର ସୁଦ୍ଧା ଭାରତରେ ଆଉ ୫ପ୍ରକାରର ଟିକା ଉପଲବ୍ଦ ଥିବ । ସେଗୁଡିକ ହେଉଛି ଋଷିଆର ସ୍ପୁଟନିକ୍ ଟିକା, ଜନସନ୍ ଏଣ୍ଡ ଜନସନର ଜେନିସିନ୍ ଟିକା, ନୋଭାଭାକ୍ସ, ଜାଇଡନ କାର୍ଡିଲାର ଜାଇକୋଭ-ଡି ଓ ଭାରତ ବାୟୋଟେକ୍ର ଇଂଟ୍ରାନାଜାଲ୍ ଭାକ୍ସିନ (ନାକରେ ଦିଆଯାଉଥିବା ଟିକା । ଆସନ୍ତା ୧୦ ଦିନ ମଧ୍ୟରେ ସ୍ପୁଟନିକ ଟିକାକୁ ଅନୁମତି ମିଳିବାର ସମ୍ଭାବନା ରହିଛି । ଏହି ଟିକା ଉପôାଦନ ପାଇଁ ଡ, ରେଡ୍ଡିଜ୍ ଲାମ୍ ଡାଇସେନ୍ସ ହାସଲ କରିଛି । ସେହିପରି ନିକଟରେ ଭାରତୀୟ ଔଷଧ ମହା ନିୟନ୍ତ୍ରକ (ଡିସିଜିଆଇ) ପକ୍ଷରୁ ଜାନସିନ୍ ଟିକାର ଫେଜ୍-୧ ଓ ଫେଜ-୨ ପରୀକ୍ଷଣ ପାଇଁ ଅନୁମତି ଦେଇଥିବାରୁ ଭାରତରେ ଏହାର ଏକ ବ୍ରିଜିଂ ଟ୍ରାଏଲ ଅର୍ଥାତ୍ ସୀମିତ ସଂଖ୍ୟକ ଲୋକଙ୍କୁ ନେଇ ପରୀକ୍ଷଣ କରାଯିବ ।