ସ୍ୱାସ୍ଥ୍ୟକର୍ମୀଙ୍କୁ ତାଲିମ ଦେବା ଲାଗି ‘କ୍ରାସ୍‌-କୋର୍ସ ପ୍ରୋଗ୍ରାମ୍‌’ ଶୁଭାରମ୍ଭ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦୀ କୋଭିଡ୍‌-୧୯ ପରିସ୍ଥିତିରେ ପ୍ରତ୍ୟକ୍ଷ ସ୍ୱାସ୍ଥ୍ୟକର୍ମୀଙ୍କ ନିମନ୍ତେ ପ୍ରସ୍ତୁତ ଏକ ‘କ୍ରାସ୍‌-କୋର୍ସ ପ୍ରୋଗ୍ରାମ୍‌’ର ଶୁଭାରମ୍ଭ କରିଛନ୍ତି । ସମଗ୍ର ଦେଶରେ ଏକ ଲକ୍ଷ ‘କୋଭିଡ୍ ଯୋଦ୍ଧା’ଙ୍କୁ କୁଶଳୀ ଓ ଅଧିକ କୁଶଳୀ କରିବା ହେଉଛି ଏହି ପାଠ୍ୟକ୍ରମର ଉଦ୍ଦେଶ୍ୟ ।
‘ଭିଡିଓ କନ୍‌ଫରେନ୍‌ସିଙ୍ଗ୍‌’ରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରି ପ୍ରଧାନମନ୍ତ୍ରୀ ମୋଦୀ କହିଲେ, ସମଗ୍ର ଦେଶରେ ଏକ ଲକ୍ଷ ପ୍ରତ୍ୟକ୍ଷ ସ୍ୱାସ୍ଥ୍ୟକର୍ମୀ ପ୍ରସ୍ତୁତି କରିବା ଲାଗି ଆମେ ଉଦ୍ୟମ କରୁଛୁ ।
ଦେଶ ପାଇଁ ସମସ୍ୟା ସାଜିଥିବା କ୍ରମାଗତ ଗୁଣସୂତ୍ର-କ୍ରମ ପରିବର୍ତ୍ତନକାରୀ କରୋନାଭାଇରସ୍ ବିଷୟରେ ମଧ୍ୟ ପ୍ରଧାନମନ୍ତ୍ରୀ ଚିନ୍ତା ପ୍ରକଟ କରିଛନ୍ତି । ସେ କହିଛନ୍ତି, କୋଭିଡ୍‌-୧୯ ମହାମାରୀରର ଦ୍ୱିତୀୟ ପ୍ରବାହରେ ଆମେ ଦେଖିଲେ ଯେ, ଗୁଣସୂତ୍ର-କ୍ରମ ପରିବର୍ତ୍ତନକାରୀ କରୋନାଭାଇରସ୍ ସମସ୍ୟା ସୃଷ୍ଟି କରୁଛି । ଏବେ ମଧ୍ୟ ଭୂତାଣୁ ରହିଛି ଏବଂ ସେ ଆହୁରି ଗୁଣସୂତ୍ର-କ୍ରମ ପରିବର୍ତ୍ତନ କରିବାର ସମ୍ଭାବନା ବି ରହିଛି । ତେଣୁ, ଏହି ଭୂତାଣୁକୁ ମୁକାବିଲା କରିବା ଲାଗି ଦେଶ ଉନ୍ନୀତ ପ୍ରସ୍ତୁତି ଆବଶ୍ୟକ କରୁଛି । ଏହି ଉଦ୍ଦେଶ୍ୟ ନେଇ ଆଜିଠାରୁ ଏକ ଲକ୍ଷ ପ୍ରତ୍ୟକ୍ଷ ସ୍ୱାସ୍ଥ୍ୟକର୍ମୀ ତାଲିମ କରିବା ନିମନ୍ତେ ଭାରତ ଗୋଟାଏ ବଡ଼ଧରଣର କାର୍ଯ୍ୟକ୍ରମ ଆରମ୍ଭ କରୁଛି ।
ଘରୋଇ ସେବାଯତ୍ନ ସହାୟତା, ମୌଳିକ ସେବାଯତ୍ନ ସହାୟତା, ଉନ୍ନୀତ ସେବାଯତ୍ନ ସହାୟତା, ଜରୁରୀ ସେବାଯତ୍ନ ସହାୟତା, ନୁମନା ସଂଗ୍ରହ ସହାୟତା ଏବଂ ଡାକ୍ତରୀ ଉପକରଣ ସହାୟତା ଆଦି ଛଅଟି ନିର୍ଦ୍ଧାରିତ କାର୍ଯ୍ୟରେ ଭୂମିକା ନିର୍ବାହ ନିମନ୍ତେ ସେମାନଙ୍କୁ ତାଲିମ ଦିଆଯିବ । ‘ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା’ ଅନ୍ତର୍ଗତ ଏହି କାର୍ଯ୍ୟକ୍ରମ ନିମନ୍ତେ ୨୭୬ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିବା କଥା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂଚନା ଦେଇଛି ।

Leave A Reply

Your email address will not be published.

five − 1 =