ହଟିବାକୁ ଚୀନ୍ ନାରାଜ : ଭାରତର ସେନାଠୁଳ

ଲଦାଖ: ଲଦାଖରେ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲଏସି)ରେ ଭାରତ ଓ ଚୀନ ମଧ୍ୟରେ ଉତେଜନା ହ୍ରାସ ପାଇଁ ଉଦ୍ୟମ ଚାଲିଥିଲା ବେଳେ ଚୀନ ଏବେ ପାନଗୌଙ୍ଗ ଟିଏସଓ”ର ଫିଙ୍ଗର ୪ଅଞ୍ଚଳରୁ ସେନା ହଟାଇବାକୁ ମନା କରିଦେଇଥିଲା ଜଣାଯାଇଛି । ତେବେେ ଏହାକୁ ନେଇ ନିକଟ ଭବିଷ୍ୟତରେ ସୀମାନ୍ତରେ ଉତେଜନା ବୃଦ୍ଧି ପାଇବା ସମ୍ଭାବନା ସୃଷ୍ଟି ହୋଇଛି । ଭାରତୀୟ ସେନା ହାଇଆଲର୍ଟ ରହିବା ସହ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ପୂର୍ବ ଲାଦାଖ ସୀମାନ୍ତରେ ଟ୍ୟାଙ୍କ ମୃତୟନ ବୃଦ୍ଧି କରିଥିବା ଜଣାଯାଇଛି ।
ଉଲ୍ଲେଖ ଯୋଗ୍ୟ ଯେ, ସୀମା ବିବାଦର ସମାଧାନ ତଥା ଉତେଜନା ହ୍ରାସ ପାଇଁ ବୁଧବାର ଦିନ ଦୁଇ ଦେଶ ମଧ୍ୟରେ ଚତୃର୍ଥ ପର୍ଯ୍ୟାୟ କମାଣ୍ଡର ସ୍ତରୀୟ ବୈଠକ ଦିର୍ଘ ୧୪ଘଂଟା ଧରି ଅନୁଷ୍ଠିତ ହୋଇଥିଲା ବେଳେ କୌଣସି ଚୁଡାନ୍ତ ନିଷ୍ପତି ହୋଇପାରି ନାହିଁ । ତେବେ ଫିଙ୍ଗର-୪ ଅଞ୍ଚଳରୁ ସେନା ପ୍ରତ୍ୟାହାର ନକରିବା ପାଇଁ ଚୀନ ଆଲୋଚନା ଅବସରରେ ସ୍ପଷ୍ଟ କରିଦେଇଥିବା ଏକ ନିର୍ଭର ଯୋଗ୍ୟ ସୁତ୍ରର ଜଣାଯାଇଛି । ତେବେ ଗଲୱାନ ଉପତ୍ୟକା, ହଟସ୍ପି୍ରଂଗ ଏବଂ ଗୋଗ୍ରା ଅଞ୍ଚଳରୁ ସେନା ପ୍ରତ୍ୟାହାର ପାଇଁ ଉଭୟ ଭାରତ ଓ ଚୀନ ମଧ୍ୟରେ ସହମତି ପ୍ରକାଶ ପାଇଛି । କିନ୍ତୁ ସମସ୍ତ ଅଞ୍ଚଳରୁ ଚୀନର ସେନା ପ୍ରତ୍ୟାହାର ପାଇଁ ଭାରତ ନିଜ ଦାବିରେ ଅଟଳ ରହିଛି । ଚୀନ ସେନାର ଗତିବିଧିକୁ ଦୃଷ୍ଟିରେ ରଖି ଭାରତୀୟ ସେନା ସମ୍ପୁନ୍ନ ସଯାଗ ରହିଛି ଏବଂ ପୂର୍ବ ଲଦାଖରେ ଭାରତୀୟ ଭୂଖଣ୍ଡରେ ଚୀନ ସେନାଙ୍କ ଅନୁପ୍ରବେଶ ରୋକିବାଲାଗି ୬୦ହଜାରରୁ ଉର୍ଦ୍ଧ ଜବାନଙ୍କୁ ମୃତୟନ କରିଛି । ଏହା ବ୍ୟତିତ ଭାରତ ଭୀଷ୍ମ ଟ୍ୟାଙ୍ଗ, ଆପାଚି ଲଢୁଆ ହେଲିକାପ୍ଟର, ସୁଖୋଇ ଲଢୁଆ ଜେଟ୍, ଚୀନୋକ ଓ ରୁଦ୍ର ହେଲିକାପ୍ଟର ଗୁଡିକୁ ଏଲଏସି ନିକଟରେ ମୃତୟନ କରିଛି । ଅନ୍ୟପକ୍ଷରେ ଜାତୀୟ ନିରାପତା ପରାମର୍ଶ ଦାତା ଅଜିତ ଡୋଭାଲଙ୍କ ନେତୃତ୍ୱରେ ଗଠିତ ଚୀନ ଷଡି ଗ୍ରୁପ ( ସିଏସଜି) ଆଜି 2 ଦେଶର କମାଣ୍ଡରସ୍ତରୀୟ ବୈଠକର ଫଳାଫଳ ଉପରେ ସମୀକ୍ଷା କରିଛି । ଶ୍ରୀ ଡାଭୋଲଙ୍କ ନେତୃତ୍ୱରେ ସିଏସଜିରେ କ୍ୟାବିନେଟ, ଗୃହ, ବୈଦେଶିକ ସଚିବଙ୍କ ସହ ୩ସେନା ବାହୀନିର ପ୍ରତିନିଧି ସଦସ୍ୟ ଅଛନ୍ତି ।
ଅନ୍ୟପକ୍ଷରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆସନ୍ତାକାଲି ୨ଦିନି÷ଆ ଲଦାଖ ଓ ଜାମ୍ମୁ କାଶ୍ମୀର ଗ୍ରସ୍ତ କରିବା କାର୍ଯ୍ୟକ୍ରମ ରହିଛି । ସେହିପରି ନର୍ଦନ କର୍ମାଣ୍ଡର ମୁଖ୍ୟ ଲେପ୍ଟହ୍ୟାଣ୍ଡ ଜେନେରାଲ୍ ୱାଇକେ ଯୋଶୀ ଦିଲ୍ଲୀରେ ପହଞ୍ଚିଛନ୍ତି । ସେ ପ୍ରଧାନମନ୍ତ୍ରୀଙ୍କ ସମେତ ବରିଷ୍ଠ ଅଧିକାରୀ ମାନଙ୍କୁ ଏଲଏସିରେ ସାମ୍ପ୍ରତିକ ପରିସ୍ଥିତି ସମ୍ପର୍କରେ ଅବଗତ କରାଇବା କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.

20 − 14 =