ହସ୍ପିିଟାଲରେ କୋଭିଡ ଟେଷ୍ଟ ବନ୍ଦ ନେଇ ଅସନ୍ତୋଷ

ତାଳଚେର: ତାଳଚେର ଉପଖଣ୍ଡ ମୁଖ୍ୟ ସରକାରୀ ଡାକ୍ତରଖାନା,ଗୋଡ଼ିବନ୍ଧ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ କଣିହାଁ ହସପିଟାଲରେ କୋଭିଡ ଟେଷ୍ଟ ବନ୍ଦ ହେବା କାରଣରୁ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଦୂର ଦୂରାନ୍ତରୁ ପ୍ରତିଦିନ ଜନସାଧାରଣ ହସପିଟାଲକୁ ଦୈାଡ଼ି ଦୈାଡ଼ି ନୟାନ୍ତ ଏବଂ ଅଯଥାରେ ଖର୍ଚ୍ଚାନ୍ତ ହେଉଛନ୍ତି । ଦିନେ ଟେଷ୍ଟ ହେଲେ ପୁଣି ୩ଦିନ ବନ୍ଦ ପୁଣି ଟେଷ୍ଟ ପାଇଁ ଲୋକେ ଲାଇନରେ ଘଣ୍ଟା ଘଣ୍ଟା ଧରି ଛିଡ଼ା ହେବା ବେଳକୁ କିଟ୍ ସରିଯାଉଛି । ଏଭଳି ଦୟନୀୟ ଅବସ୍ଥାକୁ ନେଇ ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ ଉଦବେଗ ପ୍ରକାଶ କରିବାସହ ତାଳଚେର ଭଳି ଏକ ଶିଳ୍ପାଂଚଳ, ରାଜ୍ୟ ସରକାରଙ୍କୁ ହଜାର ହଜାର କୋଟି ଟଙ୍କା ରାଜସ୍ୱ ଦେଉଥିବା ବେଳେଏହି ଅଂଚଳ ପ୍ରତି ବୈମାତୃକ ମନୋଭାବ ପୋଷଣ କରାଯାଉଛି ବୋଲି ପ୍ରକାଶ କରିଛନ୍ତି । ତାଳଚେରର ସମସ୍ତ ସରକାରୀ ଡାକ୍ତରଖାନାରେ କୋଭିଡ ଟେଷ୍ଟ ଠିକ୍ ଭାବେ ହେଉନାହିଁ ଏବଂ ଏ ଅଂଚଳକୁ କମ୍ ସଂଖ୍ୟାରେ ଟେଷ୍ଟିଂ କିଟ୍ ପଠା ଯାଉଥିବାରୁ ଏବଂ ଉପଖଣ୍ଡ ଡାକ୍ତରଖାନାରେ ଆରଟିପିସିଆର ଟେଷ୍ଟ ନହେବା ଦୁଃଖର ବିଷୟ ବୋଲି ଶ୍ରୀ ସାମଲ କ୍ଷୋଭର ସହ ପ୍ରକାଶ କରିଛନ୍ତି । ତାଳଚେରକୁ ସବୁ କ୍ଷେତ୍ରରେ ଉପେକ୍ଷିତ କରିବା ଠିକ୍ ନୁହେଁ, ଜିଲ୍ଲା ପ୍ରଶାସନ ତଥା ଜିଲ୍ଲାପାଳ ଏବଂ ରାଜ୍ୟ ସରକାର ତୁରନ୍ତ ପର୍ଯ୍ୟାପ୍ତ ପରିମାଣରେ ତାଳଚେରର ସମସ୍ତ ଡାକ୍ତରଖାନାରେ କୋଭିଡ ଟେଷ୍ଟ କରିବା ପାଇଁ ଶ୍ରୀ ସାମଲ ଏକ ପ୍ରେସ୍ ବିଜ୍ଞପ୍ତିରେ ନିଜର ଦାବି ଉପସ୍ଥାପନ କରିଛନ୍ତି ।

Leave A Reply

Your email address will not be published.

19 − eighteen =