ଭୁବନେଶ୍ୱର- ଆଜି ଭୋରୁ ହୀରାକୁଦ ଡ୍ୟାମକୁ ଜଳ ପ୍ରବେଶ କମିବା ଆରମ୍ଭ କରିଛି । ଆଗକୁ ଏହା ଆହୁରି କିମିବ ବୋଲି ଏସଆରସି ପକ୍ଷରୁ ସୂଚନା ମିଳିଛି । ଛତିଶଗଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦର ୪୬ଟି ଗେଟ ଖୋଲା ଯାଇଥିଲା । ଏଥିସହିତ ମୁଣ୍ଡଳିରେ ସର୍ବାଧିକ ୧୦ ଲକ୍ଷ କୁ୍ୟସେକ ଜଳ ପ୍ରବାହିତ ହେବ ବୋଲି ଆଶା କରାଯାଉଛି । ମହାନଦୀ ଅବବାହିକାରେ ଥିବା ତଳିଆ ଅଂଚଳ ଜଳମଗ୍ନ ହୋଇଛି । ସେହିପରି ମହାନଦୀ ଫୁଲିବା ଯୋଗୁଁ ଉପକୂଳିଆ ଅଂଚଳରେ ଚିନ୍ତା ବଢାଇଛି । କଟକ ଜିଲ୍ଲାର ତଳିଆ ଅଂଚଳ ଗୁଡିକ ଜଳାର୍ଣ୍ଣବ ହେବା ସହ ଯୋଗାଯୋଗ ବିଛନ୍ନ ହୋଇଛି ।