ସମ୍ବଲପୁର- ହୀରାକୁଦର ଡ୍ୟାମର ୧୮ ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ବାମ ପାଶ୍ୱର୍ରେ ୧୨ ଓ ଡାହାଣ ପାଶ୍ୱର୍ରେ ୬ଟି ଗେଟ ଖୋଲିଛି । ପୂର୍ବରୁ ୨୦ ଟି ଗେଟ ଦେଇ ଜଳ ନିଷ୍କାସନ ହେଉଥିବା ବେଳେ ଆଜି ୨ ଟି ଗେଟକୁ ବନ୍ଦ କରାଯାଇଛି ।ପ୍ରତି ସେକେଣ୍ଡରେ ଡ୍ୟାମ ମଧ୍ୟକୁ ୨ ଲକ୍ଷ ୮୯ ହଜାର ୫୮୨ ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ ଡ୍ୟାମ ମଧ୍ୟରୁ ପ୍ରତି ସେକେଣ୍ଡରେ ୩ ଲକ୍ଷ ୨୨ ହଜାର ୯୫୦ ଘନଫୁଟ ଜଳ ନିଷ୍କାସିତ ହେଉଛି । ରାଜ୍ୟରେ ଲଗାଣ ବର୍ଷା ହେବା ଯୋଗୁଁ ଡ୍ୟାମରେ ଜଳ ସ୍ଥର ବୃଦ୍ଧି ପାଇଥିଲା । ତେଣୁ ଜଳ ନିଷ୍କାସନ ପାଇଁ ଗେଟ ଖୋଲା ଯାଇଥିଲା ।