ହୀରାକୁଦର୪୪ ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସନ


ସମ୍ବଲପୁର- ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦର ଆଉ ୨ଟି ଗେଟ ଖୋଲିଛି । ଏବେ ମୋଟ ୪୨ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି । ଡ୍ୟାମକୁ ୮,୫୩, ୨୯ କୁ୍ୟସେକ ଜଳ ପ୍ରବେଶ କରୁଥିବା ବେଳେ ୬,୯୪,୨୦୦ କୁ୍ୟସେକ ଜଳ ନିଷ୍କାସନ ହେଉଛି । ଏସଆରସିଙ୍କ କହିବା ଅନୁଯାୟୀ ଛତିଶଗଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଡ୍ୟାମକୁ ୮ ଲକ୍ଷ କୁ୍ୟସେକ ଜଳ ପଶୁଛି । ହୀରାକୁଦରେ ଗେଟ ଖୋଲିବା ଦ୍ୱାରା ମହାନଦୀରେ ଜଳସ୍ତର ବୃଦ୍ଧି ପାଉଛି । ଯାହାଫଳରେ ମହାନଦୀରେ ବନ୍ୟା ଆଶଙ୍କା କରାଯାଉଛି ।

Leave A Reply

Your email address will not be published.

four × five =