ନୂଆଦିଲ୍ଲୀ: ବିଶ୍ୱ ବ୍ୟାପୀ ସନ୍ତୁଳିତ ଭାବରେ କୋଭିଡ୍ ଟିିକା ବିତରଣ ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ଦ୍ୱାରା ପ୍ରସ୍ତାବିତ କୋଭାକ୍ସ ଟିକା ସହଭାଗିତା ଯୋଜାନାରେ ଯୋଗଦେବାକୁ ପ୍ରଥମରୁ ଅନିଚ୍ଛା କ୍ରପାଶ କରିଥିବା ଚୀନ୍ ଏବେ ସେଥିରେ ସାମିଲ ହୋଇଥିବା ଜଣାଯାଇଛି । ସମ୍ପ୍ରତି ବିଶ୍ୱ ତମାମ୍ ୨୦୦ରୁ ଅଧିକ କୋଭିଡ ଟିକା ବିକଶିତ ହୋଇ ବିଭିନ୍ନ ସ୍ତରରେ ପହଞ୍ଚିଥିବା ବେଳେ ବିଶେଷ କରି ୨୯ଟି ଟିକା ହିଁ ନୈଦାନିକ ପରୀକ୍ଷଣ ଜାରି ରଖିଛନ୍ତି । ଆଉ ସେମାନଙ୍କ ମଧ୍ୟରୁ ୯ଟି ଟିକା ହିଁ ତୃତୀୟ ତଥା ଚୂଡାନ୍ତ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣ ଚଳାଇଛନ୍ତି ଯେଉଁ ଗୁଡିକ ସମ୍ବବତଃ ଚଳିତବର୍ଷ ଶେଷ ସୁଦ୍ଧା ଅଥବା ଆଗାମୀ ବର୍ଷ ପ୍ରାରମ୍ଭରେ ସାର୍ବଜନୀନ ବ୍ୟବହାର ପାଇଁ ଉପଲବ୍ଧ ହୋଇପାରିବ ବୋଲି ଆଶା କରାଯାଉଛି ।
ଏହି ଅବସରରେ ଅକ୍ସପୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ବିକଶିତ ତଥା ଭେଷଜ କମ୍ପାନି ଆଷ୍ଟ୍ରାଜେନେକା ଦ୍ୱାରା ପ୍ରସ୍ତୁତ କୋଭିଡ୍ ଟିକାର ନୈଦାନିକ ପରୀକ୍ଷଣ ଭାରତରେ ବଳବତର ରହିଛି ।