କଟକ- ହୋମଗାର୍ଡଙ୍କ ଭତା ପାଇଁ ଆଜି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ହାଇକୋର୍ଟ । ହୋମଗାର୍ଡଙ୍କ ଦୈନିକ ଭତା ୫୩୩ ଟଙ୍କାକୁ ବୃଦ୍ଧି କରିବାକୁ ନିର୍ଦେଶ ଦେଇଛନ୍ତି । ୩ ମାସ ଭିତିରେ ବର୍ଦ୍ଧିତ ଦେୟ ପ୍ରକ୍ରିୟା ସାରିବାକୁ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି ହାଇକୋର୍ଟ । ପୂର୍ବରୁ ୨୦୧୬ରୁ ବର୍ଦ୍ଧିତ ଦେୟ ଲାଗୁ ପାଇଁ କୋର୍ଟ ରାୟ ଦେଇଥିଲେ ।