ଭୁବନେଶ୍ୱର- ୟୁଜି ଓ ପିଜି ପରୀକ୍ଷାକୁ ବୃଦ୍ଧି କରିବା ପାଇଁ ୟୁଜିସିକୁ ଅନୁରୋଧ କରିଛନ୍ତି ଉଚ୍ଚ ଶିକ୍ଷା ବିଭାଗ । ସେପ୍ଟମ୍ବର ୧୫ରୁ ୩୦ ପରିବର୍ତେ ସେପ୍ଟେମ୍ବର ୩୦ରୁ ଅକ୍ଟୋବର ୧୦ ମଧ୍ୟରେ ପରୀକ୍ଷା କରିବା ପାଇଁ ସେ କହିଛନ୍ତି । ୟୁଜିସିକୁ ବିଭାଗୀୟ ସଚିବ ଶାଶ୍ୱତ ମିଶ୍ର ଚିଠି ଲେଖି ଜଣାଇଛନ୍ତି ଏଭଳି ମହାମାରୀ ସମୟରେ ପରୀକ୍ଷା ସମୟ ଘୁଂଚାଇବା ଉଚିତ ,କାରଣ ପରୀକ୍ଷା କେନ୍ଦ୍ରକୁ ସଂପୂର୍ଣ୍ଣ ରୂପେ ସାନିଟାଇଜିଂ କରିବା ପାଇଁ ଯଥେଷ୍ଟ ସମୟ ମିଳିବ । ଏତଦ୍ ବ୍ୟତିତ ଗୋଟିଏ ଦିନ ବ୍ୟବଧାନରେ ପରୀକ୍ଷା କରିବା ଉଚିତ । ପରୀକ୍ଷା ସମୟ ବୃଦ୍ଧି କରିବା ନେଇ ଉତ୍କଳ ବିଶ୍ୱବିଦ୍ୟାଳୟ ଭିସି ଓ ଅଧ୍ୟକ୍ଷ ମଧ୍ୟ ୟୁଜିସିକୁ ନିବେଦନ କରିଛନ୍ତି ।