୧୦ରେ ବର୍ଷର ପ୍ରଥମ ସୂର୍ଯ୍ୟ ଗ୍ରହଣ

ନୂଆଦିଲ୍ଳୀ: ଚନ୍ଦ୍ର ଗ୍ରହଣ ପରେ ଏବେ ୨୦୨୧ର ପ୍ରଥମ ସୂର୍ଯ୍ୟ ଗ୍ରହଣ ଲୋକମାନେ ଦେଖିବାକୁ ଯାଉଛନ୍ତି । ଆସନ୍ତା ଜୁନ୍ ୧୦ ତାରିଖରେ ଏହି ସୂର୍ଯ୍ୟ ପରାଗ ହେବ । ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ ଏହି ସୂର୍ଯ୍ୟ ଗ୍ରହଣ ଜୈଷ୍ଠ ମାସର ଅମାବାସ୍ୟା ତିଥିରେ ହେବ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଜୁନ୍ ୧୦ ହେଉଛି ସାବିତ୍ରୀ ବ୍ରତ ଓ ଶନି ଜୟନ୍ତୀ । ସେହିଦିନ ହିଁ ସୂର୍ଯ୍ୟ ପରାଗ ହେବ ।
ଧାର୍ମିକ ବିଶ୍ୱାସ ଅନୁଯାସୀ, ଗ୍ରହଣ ବେଳେ କୌଣସି ଶୁଭ କାର୍ଯ୍ୟ କରିବା ଠିକ୍ ନୁହେଁ । ଏହି ସମୟରେ ପୂଜା ଠାରୁ ଆରମ୍ଭ କରି ପାକ ନିଷେଧ କରାଯାଇଥାଏ । ମନ୍ଦିର ମଧ୍ୟ ବନ୍ଦ ରୁହେ ।
ଏହି ସୂର୍ଯ୍ୟଗ୍ରହଣ ଉତର ଆମେରିକାର ଉତର ଭାଗ, ୟୁରୋପ ଓ ଏସିଆ ମହାଦେଶରେ ଦେଖିବାକୁ ମିଳିବ । ଏହା ବ୍ୟତୀତ ଏହା ଉତର କାନାଡା, ଗ୍ରୀନଲ୍ୟାଣ୍ଡ ଓ ରୁଷ୍‌ରେ ପରାଗର ସଂମ୍ପୂର୍ଣ୍ଣ ଦୃଶ୍ୟ ଲୋକେ ଦେଖିପାରିବେ । ଭାରତରେ ସୂର୍ଯ୍ୟ ପରାଗ ଆଶିଂକ ଦୃଶ୍ୟମାନ ହେବ ।
ସୂର୍ଯ୍ୟ ଗ୍ରହଣର ସର୍ବାଧିକ ପ୍ରଭାବ ବୃଷ ରାଶି ଉପରେ ଦେଖାଯିବ । ଏହି ଦିନ ଚନ୍ଦ୍ରମା ବୃଷ ରାଶି ଉପରେ ପ୍ରଭାବ ପକାଇବ । ତେଣୁ ଏହି ରାଶିର ଲୋକମାନେ ସେମାନଙ୍କର ସ୍ୱାସ୍ଥ୍ୟର ଯତ୍ନ ନେବାକୁ ପଡିବ । ଏହା ବ୍ୟତୀତ ଆର୍ଥିକ କାରବାର କ୍ଷେତ୍ରରେ ସତର୍କତା ଅବଲମ୍ବନ କରିବା ଉଚିତ୍ ।
ଜୁନ୍ ୧୦ ତାରିଖ ଦିନ ୧.୪୨ୁ ସୂର୍ଯ୍ୟ ଗ୍ରହଣ ଆରମ୍ଭ ହେବ । ଏହା ସନ୍ଧ୍ୟା ୬.୪୧ ଯାଏ ଚାଳିବ । ଏହି ସମୟ ପାକ ନିଷେଧ କରିବାକୁ ହେବ ।

Leave A Reply

Your email address will not be published.

ten − five =