୧୦୬ ପୃଷ୍ଠାର ବୁକଲେଟ୍: ଚାଷୀଙ୍କୁ ମନେଇବାକୁ ଆଉଥରେ ପ୍ରୟାସ

ନୂଆଦିଲ୍ଲୀ: ବୁଧବାର ସରକାରଙ୍କ ପ୍ରସ୍ତାବକୁ ଆଗ୍ରାହ୍ୟ ଚାଷୀ । ଏହାପରେ ଡିସେମ୍ବର ୧୨, ୧୪ରେ ଆନେ୍ଦାଳପକୁ ତିବ୍ର କରିବେ ବୋଲି ଚାଷୀ ସଂଘ ଆହ୍ୱାନ ଦେଇଛନ୍ତି । ତେବେ ଏହା ଭିତରେ ନୁଣିଥରେ ଚାଷୀଙ୍କୁ ମନେଇବା ପାଇଁ ସରକାର ପ୍ରୟାସ କରିଛନ୍ତି । ଏଥିପାଇଁ ୧୦୬ ପୃଷ୍ଠାର ଏକ ବୁକ୍ଲେଟ ଜାରି କରିଛନ୍ତି । ଯେଉଁଥିରେ କୃଷି ଆଇନ ସହିତ ସରକାରଙ୍କ ସଂଶୋଧିତ ପ୍ରସ୍ତାବ ବାବଦରେ ସମ୍ପୂର୍ଣ୍ଣ ଭାବେରେ ଲେଖାଯାଇଛି । ଅନ୍ୟପଟେ ଆନେ୍ଦାଳନରେ ବସିଥିବା ବିଭିନ୍ନ ସଂଗଠନର ୪୦ନେତା ଅପରାହ୍ନ ୨ଟାରେ ଏକାଠି ହେବେ ବୋଲି ଜଣାଡିଛି । ତେବେ ଡିସେମ୍ବର ୧୨ ଓ ୧୪ ରେ ରଣନୀତି ବାବଦରେ ଏହି ଭେଟଘାଟ ବେଳେ ଆଲୋଚନା ହେବ ବୋଲି ଜଣାପଡିଛି । ଜୟପୁର-ଦିଲ୍ଲୀ ସମେତ ଜୟପୁର -ଆଗ୍ରା ରାସ୍ତାକୁ ବନ୍ଦ କରିବାକୁ ଚାଷୀ ଏବେ ଡାକରା ଦେଇଛନ୍ତି । ସେହିପରି ଦେଶର ବିଭିନ୍ନ ସ୍ଥାନରେ ବିଜେପି ଅଫିସ ଏବଂ ନେତାଙ୍କୁ ଘେରାଉ କରିବାକୁ ମଧ୍ୟ ଚାଷୀ ସଂଘ ଡାକରା ଦେଇଛି ।

Leave A Reply

Your email address will not be published.

five × three =