କେନ୍ଦୁଝର: କେନ୍ଦୁଝର ଜିଲ୍ଲା ପଣ୍ଡାପଡା ଥାନା ସୋମଗିରି ନିକଟରେ ବୁଧବାର ବିଳମ୍ବିତ ରାତିରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ୠଛରେ ପିଟି ହୋଇ ପ୍ରାୟ ୧୦ ଫୁଟ ତଳକୁ ଏକ ବୋଲେରୋ ଖସି ପଡିଛି ।ଏହି ଦୁର୍ଘଟଣାରେ ୪ଜଣଙ୍କ ମୃତୁ୍ୟ ଘଟିଛି ।ସମସ୍ତ ମୃତକଙ୍କ ଘର ମୟୁରଭଞ୍ଜ ଜିଲ୍ଲା ହାଟବାଦଳାର ଟେଂଟପଣି ଗାଁରେ ବୋଲି ଜଣାପଡିଛି । ସିୂଚନା ଅନୁଯାୟୀ , ସେମାନେ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁରର ଜିରାଙ୍ଗ ହାଟକୁ ଗୋରୁ କିଣିବାକୁ ଯାଉଥିବା ବେଳେ ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିଲା ।ଘଟଣାସ୍ଥଳରେ ହିଁ ଚାରି ଜଣଙ୍କ ମୃତୁ୍ୟ ଘଟିଥିଲା । ପଣ୍ଡାପଡା ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଂଚି ଆହତମାନଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ । ଆହତମାନଙ୍କ ମଧ୍ୟରୁ ଜଣଙ୍କର ଗୋଡ ଭାଙ୍ଗି ଥିବା ବେଳେ ଆଉ ଜଣଙ୍କର ହାତ ଭାଙ୍ଗିଛି । ସେହିଭଳି ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ଜଣାପଡିଛି । ଦୁର୍ଘଟଣା ପେରେ ବୋଲେରୋ ଡ୍ରାଇଭର ଦୁର୍ଘଟଣା ସ୍ଥଳରୁ ଫେରାର ହୋଇଯାଇଛି ।