ଭୁବନେଶ୍ୱର (ନି.ପ୍ର.): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଆସନ୍ତା ୧୨ ତାରିଖ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ ଓଡ଼ିଶା ଛୁଇଁବ ବୋଲି ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ରର ନିଦେ୍ର୍ଧଶକ ଏଚ୍.ଆର୍.ବିଶ୍ୱାସ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ବଙ୍ଗୋପସାଗରରେ ଲଘୁ·ପ ସୃଷ୍ଟି ହୋଇସାରିଥିବାରୁ ମୌସୁମୀ ପାଇଁ ଅନୁକୂଳ ପାଗ ହୋଇଛି । ଖୁବ୍ଶୀଘ୍ର ମୌସୁମୀ ବାୟୁ ଦେଶର ଉତର-ପୂର୍ବାଂଚଳ ରାଜ୍ୟ ଗୁଡ଼ିକରେ ପହଂଚିବାର ସମ୍ଭାବନା ଅଛି । ତା’ପରେ ପରେ ଓଡ଼ିଶାରେ ମୌସୁମୀ ପହଂଚିଯିବ ।
ଗତ ୨୪ ଘଂଟାରେ ରାଜ୍ୟରେ ପ୍ରାୟ ସବୁ ଜିଲ୍ଲାରେ ବର୍ଷା ହୋଇଥିବା ବେଳେ ଯାଜପୁର ଜିଲ୍ଲାରେ ସର୍ବାଧିକ ୮୧.୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।