ନୁଆଦିଲ୍ଲୀ(ଏଜେନ୍ସି)- ଦେଶରେ ହୁ ହୁ ହୋଇ ବଢୁଛି କରୋନା ସଂକ୍ରମଣ । ଗତ ୨୪ ଘଂଟାରେ ୧୫ ହଜାର ୯୬୯ ସଂକ୍ରମିତ ଠାବ ହୋଇଛନ୍ତ । ଗତ କିଛିଦିନ ହେଲା ଦୈନିକ ୧୪ରୁ ୧୫ ହଜାର ମଧ୍ୟରେ ନୂଆ ରୋଗୀ ଚିହ୍ନଟ ହେଉଥିଲା ବେଳେ ଆଜି ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ସେହିପରି ୪୬୫ ରୋଗୀ ପ୍ରାଣ ହରାଇଛନ୍ତି । ଫଳରେ ଦେଶରେ ମୃତ୍ୟୁ ସଂଖ୍ୟା ୧୪ ହଜାର ୪୭୬କୁ ବୃଦ୍ଧି ପାଇଥିବା ବେଳ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪ଲକ୍ଷ ୫୬ ହଜାର ୧୮୩ ରେ ପହଞ୍ଚିଛି । ବର୍ତମାନ ୧ଲକ୍ଷ ୮୩ ହଜାର ୨୨ଜଣ ସକ୍ରିୟ ରୋଗୀ ରହିଥିବା ବେଳେ ୨ଲକ୍ଷ ୫୮ ହଜାର ୬୮୫ ଜଣ ସୁସ୍ଥ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୁଚନା ଦିଆଯାଇଛି । ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ୩୯ ହଜାର ୧୦ରେ ପହଞ୍ଚିଥିବା ବେଳେ ସର୍ବାଧିକ ୬୫୩୧ ଜଣଙ୍କ ମୃତ୍ୟୁ ହୋଇଛି । ଦିଳ୍ଲୀରେ ୬୬ହଜାର ୬୦୨ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳ ୨୩୦୧ ଜଣ ପ୍ରାଣ ହରାଇଛନ୍ତି । ଏହା ବ୍ୟତିତ ତାମିଲନାଡୁରେ ୬୪ ହଜାର ୬୦୩ କରୋନା ସଂକ୍ରମିତ ଏବଂ ୮୩୩ ରୋଗୀଙ୍କ ମୃତ୍ୟୁ ହୋଇଛି । ଗୁଜୁରାଟରେ ସଂକ୍ରମିତଙ୍କ ସଂଖ୍ୟା ୨୮ ହଜାର ୪୨୯ଜଣ ଏବଂ ୮୩୩ ମୃତ । ସେହିପରି ଉତରପ୍ରଦେଶରେ ୧୮ ହଜାର ୮୯୩ ସଂକ୍ରମିତ ଓ ୫୮୮ ଜଣ ମୃତ । ପଶ୍ଚିମବଙ୍ଗରେ ୧୪ ହଜାର ୭୨୮ ଆକ୍ରାନ୍ତ ଏବଂ ୫୮୦ ମୃତ, ହରିୟାଣାରେ ୧୧ ହଜାର ୫୨୦ ଆକ୍ରାନ୍ତ ଏବଂ ୧୭୮ ମୃତ, ଆନ୍ଧ୍ରପ୍ରଦେଶରେ ୯୮୩୪ ଆକ୍ରାନ୍ତ ଏବଂ ୧୧୯ ମୃତ, ତେଲେଙ୍ଗାନାରେ ୯୫୫୩ ସଂକ୍ରମିତ ଏବଂ ୨୨୦ ମୃତ, କର୍ଣ୍ଣାଟକରେ ୯୭୨୧ ଆକ୍ରାନ୍ତ ଏବଂ ୧୫୦ ମୃତ, ରାଜସ୍ଥାନରେ ୧୫ ହଜାର ୬୨୭ ଆକ୍ରାନ୍ତ ଏବଂ ୩୬୫ ମୃତ, ଜାମ୍ମୁ-କାଶ୍ମୀରରେ ୬୨୩୬ ସଂକ୍ରମିତ ଓ