୧୭ ଯାଏଁ ୟୁପିରେ ଲକ୍‌ଡାଉନ୍‌

ଲକ୍ଷ୍ନୌ : କରୋନା ଭୂତାଣୁ ସଂକ୍ରମଣ ବୃଦ୍ଧି ଯୋଗୁୁଁ ଉତର ପ୍ରଦେଶ ସରକାର ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଲକ୍‌ଡାଉନ ଲାଗୁ କରିଛନ୍ତି ।
ରାଜ୍ୟର ସମସ୍ତ ଦୋକାନ ଓ ପ୍ରତିଷ୍ଠାନ ସବୁ ବନ୍ଦ ରହିବ । ଏ ସଂକ୍ରାନ୍ତରେ ଟୁଇଟ୍ କରି ଉତର ପ୍ରଦେଶ ଏସିଏସ୍‌’ ଇନ୍‌ଫର୍ମେସ୍ ନବୀନତ ସେହଗଲ୍ ଲେଖିଛନ୍ତି ଉତର ପ୍ରଦେଶରେ ଜାରି ଆଂଶିକ କରୋନା କର୍ଫ୍ୟୁ ଆସନ୍ତା ୧୭ ଯାଏଁ ବୃଦ୍ଧି କରାଯାଇଛି । ଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ପ୍ରବାହ କବଳରେ ଥିବାବେଳେ ତାହାର ଶୃଙ୍ଖଳ-ଚକ୍ର ଛିନ୍ନ କରିବା ଲାଗି ଆଉ ଏକ ସପ୍ତାହ ‘ଲକ୍‌ଡାଉନ୍‌’ ବୃଦ୍ଧି କରିବା ପାଇଁ ସ୍ଥିର କରାଯାଇଥିବା କଥା ସେ କହିଛନ୍ତି ।

Leave A Reply

Your email address will not be published.

7 − two =