୨ଲକ୍ଷ ଉଦ୍ୟୋଗକୁ ୨୦ ହଜାର କୋଟି ଟଙ୍କା ଯୋଗାଇ ଦିଆଯିବ

ନୂଆଦିଲ୍ଳୀ : କେନ୍ଦ୍ର ଅଣୁ, କ୍ଷୁଦ୍ର ଓ ମଧ୍ୟମ (ଏମଏସଏମଇ) ଉଦ୍ୟୋଗ ମନ୍ତ୍ରୀ ନୀତିନ ଗଡ଼କରୀ ଏକ ସବର୍ଡିନେଟ ଡେଟ ବା ଉପଋଣ ଗ୍ୟାରେଂଟି ଯୋଜନା ଘୋଷଣା କରିଛନ୍ତି । ଏହାକୁ ମଧ୍ୟ ‘ଡିସଟ୍ରେଷ୍ଟ ଆସେଟ୍ସ ଫଣ୍ଡ-ସବଅର୍ଡିନେଟ ଡେଟ ଫର ଏମଏସଏମଇ’ କୁହାଯାଉଛି ।
ଏହି ଯୋଜନା ଅନୁସାରେ ୨୦ ହଜାର କୋଟି ଟଙ୍କାର ଋଣ ଗ୍ୟାରେଂଟି ଉଦ୍ୟୋଗୀମାନଙ୍କୁ ଯୋଗାଇ ଦିଆଯିବ । ସେମାନେ ନିଜ ନିଜର ଆର୍ଥିକ ଚାପଗ୍ରସ୍ତ ଉଦ୍ୟୋଗରେ ପୁି ଲଗାଇବା ପାଇଁ ବ୍ୟାଙ୍କରୁ ଋଣ ନେଲେ ସରକାର ଗ୍ୟାରେଂଟର ରହିବେ । ଏବେ ଅନଭୂତ ହେଉଛି ଯେ ଯେଉଁସବୁ ଏମଏସଏମଇ ଉଦ୍ୟୋଗର ଆର୍ଥିକ ସ୍ଥିତି ଭଲ ନାହିଁ ସେମାନେ ପୁି ସଂଗ୍ରହ କରିବାରେ, ଋଣ କିମ୍ବା ଇକୁ୍ୟଟି ପାଇବାରେ ବିଶେଷ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତଦନୁସାରେ ଚଳିତବର୍ଷ ମେ’ ୧୩ ତାରିଖରେ ଅର୍ଥମନ୍ତ୍ରୀ ଘୋଷଣା କରିଥିବା ଆତ୍ମନିର୍ଭର ଭାରତ ପ୍ୟାକେଜରେ ଏହି ଯୋଜନା ସ୍ଥାନ ପାଇଛି । ସଂପୃକ୍ତ ଉଦ୍ୟୋଗୀମାନଙ୍କୁ ସବର୍ଡିନେଟ ଡେଟ ଯୋଜନାରେ ଏହି ଋଣ ମିଳିବ । ତେବେ ଯେଉଁ ଉଦ୍ୟୋଗଗୁଡିକ ଚାଲୁଛି କିନ୍ତୁ ଉକ୍ରଟ ଅର୍ଥାଭାବର ସମ୍ମୁଖୀନ ସେଗୁଡିକ ପାଇଁ ଏହି ଯୋଜନା ମୁଖ୍ୟତଃ ଉଦ୍ଧିଷ୍ଟ । ଅର୍ଥ ମନ୍ତ୍ରଣାଳୟ, ସିଡବି ଏବଂ ରିଜର୍ଭ ବ୍ୟାଙ୍କ ଭଳି ସଂସ୍ଥାଙ୍କ ସହ ପରାମର୍ଶ କ୍ରମେ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ କମିଟି ଏହି ଯୋଜନାକୁ ଅନୁମୋଦନ କରିଛି । ନାଗପୁରଠାରେ ଆଜି ଶ୍ରୀ ଗଡ଼କରୀ ଆନୁଷ୍ଠାନିକଭାବେ ଏହା ଘୋଷଣା କରିଛନ୍ତି । ଯେଉଁସବୁ ଉଦ୍ୟୋଗ ଚଳିତବର୍ଷ ଏପ୍ରିଲ ୩୦ ତାରିଖ ସୁଦ୍ଧା ଉକ୍ରଟ ଅର୍ଥାଭାବର ସମ୍ମୁଖୀନ ହୋଇ ଏନପିଏ ଘୋଷିତ ହୋଇଥିବେ ସେଭଳି ଉଦ୍ୟୋଗକୁ ଏହି ଯୋଜନାରେ ସହାୟତା ପ୍ରଦାନ କରାଯିବ । ସଂପୃକ୍ତ ଉଦ୍ୟୋଗର ଉଦ୍ୟୋକ୍ତାଙ୍କୁ ସେମାନଙ୍କ ମୋଟ ଇକୁ୍ୟଟି ଓ ଋଣର ୧୫ ଶତାଂଶ କିମ୍ବା ୭୫ ଲକ୍ଷ ଟଙ୍କା ମଧ୍ୟରୁ ଯେଉଁଟି ସର୍ବନିମ୍ନ ହେବ ତାହା ଋଣ ଆକାରରେ ଯୋଗାଇ ଦିଆଯିବ । ସଂପୃକ୍ତ ଉଦ୍ୟୋଗୀଙ୍କୁ ସମାନ ପରିମାଣର ଅର୍ଥ ନିଜ ଉଦ୍ୟୋଗରେ ଇକୁ୍ୟଟି ଆକାରରେ ନିବେଶ କରିବାକୁ ପଡିବ ଏବଂ ତଦନୁସାରେ ନଗଦ ପରିମାଣ ବଢାଇ ଋଣ-ଇକ୍ୟୁଟି ଅନୁପାତକୁ ବଜାୟ ରଖିବାକୁ ହେବ । ସବଡେଟର ନବେ ଶତାଂଶ ଅର୍ଥ ଗ୍ୟାରେଂଟି ବ୍ୟବସ୍ଥା ଅନ୍ତର୍ଭୁକ୍ତ ହେବ ଏବଂ ଅବଶିଷ୍ଟ ୧୦ ଶତାଂଶ ସଂପୃକ୍ତ ଉଦ୍ୟୋଗୀ ଯୋଗାଇବେ । ମୂଳ ଋଣ ପରିଶୋଧ ପାଇଁ ୭ ବର୍ଷର ସ୍ଥଗନାଦେଶ ବା ମୋରଟରିୟମ ରହିବ । ତେବେ ୧୦ ବର୍ଷ ମଧ୍ୟରେ ସମସ୍ତ ଋଣ ପରିଶୋଧ କରିବାକୁ ପଡ଼ିବ ।

Leave A Reply

Your email address will not be published.

three × three =