ଭୁବନେଶ୍ୱର- ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ଉପର ମୁହାଁ । ପୁଣି ଆଜି ୧୦ ଜଣଙ୍କ ମୁଣ୍ଡ ନେଇଛି କରୋନା । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି ମୃତ୍ୟକଙ୍କ ମଧ୍ୟରୁ ଗଞ୍ଜାମ ଓ ରାୟଗଡା ଜିଲ୍ଲାରୁ ୩, ଗଜପତି ୨, ଖୋର୍ଦ୍ଧା ଓ କଳାହାଣ୍ଡିରୁ ଜଣେ ରହିଛନ୍ତି । ପୂର୍ବରୁ ଏମାନେ ଅନେକ ରୋଗରେ ପୀଡିତ ଥିଲେ । କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କ ମୃତ୍ୟୁ ହୋଇଛି । ଗଞ୍ଜାମରେ ମୃତ୍ୟୁ ସଂଖ୍ୟା ୧୦୬ରେ ପଂହଚିଥିବା ବେଳେ ଗଜପତି୧୩, ଖୋର୍ଦ୍ଧା ୨୯,ରାୟଗଡା ୧୦, କଳାହାଣ୍ଡି୨ । ଏଯାବତ୍ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୨୦୭କୁ ବୃଦ୍ଧି ପାଇଛି ।