ନୂଆଦିଲ୍ଲୀ- ସେରମ ଇନଷ୍ଟିଚ୍ୟଟ ଅଫ ଇଣ୍ଡିଆ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଟିକା ମାତ୍ର ୨୨୫ଟଙ୍କାରେ ମିଳିବ ବୋଲି ଏହି କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି । ପ୍ରାୟ ୨୦ କୋଟି ଟିକା ଉତ୍ପାଦନ ହେବ ବୋଲି ସେରମ ଇନଷ୍ଟିଚ୍ୟଟ ପକ୍ଷରୁ କୁହାଯାଇଛି । ଏଥିପାଇଁ କମ୍ପାନୀକୁ ବିଲ ଏଣ୍ଡ ମିଲିଣ୍ଡା ଗେଟ୍ସ ଫାଉଣ୍ଡେସନ ଆର୍ଥିକ ସହଯୋଗ ଯୋଗାଇ ଦେବ ବୋଲି ବୁଝାମଣା ହୋଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବଂ ଅନ୍ୟ ସରକାରୀ ସଂସ୍ଥା ପକ୍ଷରୁ ମଞ୍ଜୁରୀ ମିଳିବା ପରେ ୨୦୨୧ର ପ୍ରଥମ ୬ ମାସ ମଧ୍ୟରେ ଟିକାର ବଂଟନ କରାଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।