୨୪ ଘଣ୍ଟାରେ ୪୬,୯୫୧ ନୂଆ ପଜିଟିଭ

ନୂଆଦିଲ୍ଲୀ : ଦେଶରେ ଲଗାତାର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ୨୪ ଘଣ୍ଟାରେ ଆକ୍ରାନ୍ତଙ୍କ ସଂଖ୍ୟା ୪୫ ହଜାରରୁ ବୃଦ୍ଧି ହୋଇଥିବା ସହ ୪୬,୯୫୧ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ମୋଟ ପଜିଟିଭ ସଂଖ୍ୟା ୧,୧୬,୪୬,୦୮୧କୁ ବୃଦ୍ଧି ପାଇଛି। ୨୧,୧୮୦ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ମୋଟ ୧,୧୧,୫୧,୪୬୮ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଦିନକରେ ୨୧୨ ଆକ୍ରାନ୍ତଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୧,୫୯,୯୬୭ ରେ ପହଞ୍ଚିଛି। ୩,୩୪,୬୪୬ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳାୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।

Leave A Reply

Your email address will not be published.

fifteen − 12 =