୨୭ ମହଲାରୁ ଡେଇଁ ଆତ୍ମହତ୍ୟା କଲେ ଷ୍ଟିଭ୍ ବିଙ୍ଗ୍

ନୂଆଦିଲ୍ଲୀ: ଡିପ୍ରେସନ୍ରେ ରହି ୨୭ ମହଲାରୁ ଡେଇଁ ଆତ୍ମହତ୍ୟା କଲେ ହଲିଉଡ ପ୍ରଯୋଜକ ଷ୍ଟିଭ୍ ବିଙ୍ଗ୍ । ମୃତ୍ୟ ବେଳକୁ ତାଙ୍କୁ ୫୫ ବର୍ଷ ହୋଇଥିବା ଜଣାପଡିଛି । କରୋନା ଭାଇରସ୍ ପାଇଁ ଷ୍ଟିଭ୍ ଆଇସୋଲେସନରେ ଥିଲେ ଏହି କାରଣରୁ ସେ ଡିପ୍ରେସନକୁ ଯାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । କ୍ୱାରେଂଟାଇନ୍ ସମୟରେ ନିଃସଙ୍ଗ ହୋଇପଡିବାରୁ ସେ ବହୁତ ଦୁଃଖୀ ହୋଇଯାଇଥିଲେ ବୋଲି ପଡୋଶୀମାନେ କହିଛନ୍ତି । ସୋମବାର ଦିନ ୧ଟା ବେଳେ ସେ ଲସ୍ ଏଞ୍ଜେଲସର ସେଂଚୁରୀ ସିଟିରେ ରହୁଥିବା ତାଙ୍କ ଆପାର୍ଟମେଂଟ ୨୭ ମହଲାରୁ ଡେଇଁ ମୃତ୍ୟୁ ବରଣ କରିଛନ୍ତି । ‘ଦ ପୋଲାର ଏସ୍କପ୍ରେସ୍’, ‘ ଗେଟ୍ କାର୍ଟର,’ ‘ୱାରେନ୍ ବିୟୁଟି’, ‘ରୁଲ୍ସ ଡୋଂଟ୍ ଆପ୍ଲାଏ ଭଳି ସିନେମାର ପ୍ରଯୋଜକ ଥିଲେ । ଷ୍ଟିଭ୍ଙ୍କ ମୃତ୍ୟୁ ରେ ହଲିଉଡ୍ ଶୋକର ଛାୟା ଖେଳି ଯାଇଛି । ଆମେରିକା ରାଷ୍ଟପତି ମଧ୍ୟ ତାଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରିଛନ୍ତ

Leave A Reply

Your email address will not be published.

seven + five =