ଭୁବନେଶ୍ୱର -ଆଜି ଗୋଟିଏ ଦିନରେ ସର୍ବାଧିକ ୧୪ ଜଣଙ୍କ ମୃତ୍ୟୁ ହୋଇଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର ବିଭା ପକ୍ଷରୁ ସୂଚନା ଦିଆଯାଇଛି । ମୃତକଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାର ସର୍ବାଧିକ ୬ ଜଣ ହୋଇଥିବା ବେଳେ ଖୋର୍ଦ୍ଧା ଓ ନୟାଗଡରୁ ୩ ଜଣ, ରାୟଗଡା ଓ ସୁନ୍ଦରଗଡରୁ ଜଣେ ଲେଖାଏଁ ରହିଛନ୍ତି । ପୂର୍ବରୁ ଏମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ଥିଲେ । କୋଭିଡ ମେଡିକାଲରେ ଚିକିତ୍ସିତ ଅବସ୍ଥାରେ ସେମାନଙ୍କ ମୃତୁ୍ୟ ହୋଇଛି । ଗଞ୍ଜାମରେ କରୋନା ମୃତ୍ୟୁ ସଂଖ୍ୟା ୧୩୭, ଖୋର୍ଦ୍ଧା ୩୮, ନୟାଗଡ ୮, ରାୟଗଡା ୧୧, ସୁନ୍ଦରଗଡ ୧୮ରେ ପଂହଚିଛି । ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୮୬ରେ ପଂହଚିଛି ।