୨୮ ଜିଲ୍ଲାରୁ ୧୦୬୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ


ଭୁବନେଶ୍ୱର- ରାଜ୍ୟରେ କରୋନା ସ୍ଥିତି ହୁ ହୁ ହୋଇ ବଢିବାରେ ଲାଗିଛି । ପ୍ରତ୍ୟେକ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ରେକର୍ଡ ପାର କରୁଛି । ଗତ ୨୪ ଘଂଟାରେ ୧୦୬୪ ନୂଆ କରେନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୬୬୨ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳ ୪୦୬ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ଗଞ୍ଜାମରୁ ସର୍ବାଧିକ ୨୪୫, ଖୋର୍ଦ୍ଧା ୧୯୪, ଗଜପତି ୮୮, କରୋପୁଟ ୬୬, ଅନୁଗୁଳ ୨୦, ବାଲେଶ୍ୱର ୨୯, ବଲାଙ୍ଗିର ୨୬, ବରଗଡ ୫, ଭଦ୍ରକ ୪, କଟକ ୬୧, ଦେଓଗଡ ୨, ଢେଙ୍କାନାଳ ୧, ଜଗତସିଂହପୁର ୩, ଯାଜପୁର ୧୨, ଝାରସୁଗୁଡା ୧୨, କଳାହାଣ୍ଡି ୧୯, କନ୍ଧମାଳ ୧୧, କେନ୍ଦ୍ରାପଡା ୮, ମାଲକାନାଗିରି ୧, ମୟୂରଭଞ୍ଜ ୨୦, ନବରଙ୍ଗପୁର ୨୬, ନୟାଗଡ ୨୯, ନୂଆପଡା ୧୧, ପୁରୀ ୧୬, ରାୟଗଡା ୨୪, ସମ୍ବଲପୁର ୨୧, ସୋନପୁର ୨, ସୁନ୍ଦରଗଡ ୧୧୨ ସଂକ୍ରମିତ ରହିଛନ୍ତି । ରାଜ୍ୟରେ ଏଯାବତ୍ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୯,୧୭୫କୁ ବୃଦ୍ଧି ପାଇଥିବା ବେଳ ୧୮୦୬୦ ଜଣ ସୁସ୍ଥ ହୋଇଛନ୍ତି । ବର୍ତମାନ ସୁଦ୍ଧା ୧୦,୯୨୦ ସକ୍ରିୟ ମାମଲା ରହିଛି ।

Leave A Reply

Your email address will not be published.

15 − fourteen =