୨ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ-କାଶ୍ମୀରର ଶ୍ରୀନଗରେ ଥିବା ରାମବାଗ ଅଞ୍ଚଳରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଚାଲିଥିବା ଗୁଳି ବିନିମୟରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି । ରାମବାଗ ଅଞ୍ଚଳରେ ୨-୩ ଜଣ ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ସୂଚନା ମିଳିବା ପରେ ପୋଲିସ ଏବଂ ସିଆରପିଏଫ୍ ଯବାନ ମିଳିତ ଭାବେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଖସି ପଳାଇବାର ସମସ୍ତ ବାଟ ବନ୍ଦ କରିଦିଆଯାଇଥିଲା ।
ଚାରିଆଡୁ ପୋଲିସ ଓ ସିଆରପିଏଫ ଯବାନମାନେ ଆତଙ୍କବାଦୀଙ୍କୁ ଘେରିଯିବା ପରେ ଖସିଯିବା ପାଇଁ ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ । ଏହା ପରେ ଜବାବ ଦେବା ପାଇଁ ପୋଲିସ ଓ ସିଆରପିଏଫ ଯବାନମାନେ ଗୁଳି ଚଲାଇବା ଆରମ୍ଭ କରିଥିଲେ । କିଛି ସମୟ ଧରି ଗୁଳି ବିନିମୟ ଜାରି ରହିବା ପରେ ପୋଲିସ ଓ ସିଆରପିଏଫ ଯବାନମାନେ ୨ଆତଙ୍କବାଦୀଙ୍କୁ ନିହତ କରିବାରେ ସଫଳ ହୋଇଛନ୍ତିି ।
ଚଳିତ ବର୍ଷ ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଏବଂ ସୂରକ୍ଷା ବାହିନୀ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ୧୮୦ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିବା ଜଣାଯାଇଛି ।

Leave A Reply

Your email address will not be published.

sixteen + twelve =