୩,୩୩୮ କରୋନା ରୋଗୀଙ୍କ ପତା ମିଳୁନି

ବେଙ୍ଗାଲୁରୁ: କର୍ଣ୍ଣାଟକର ବେଙ୍ଗାଲୁରୁ ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଥିବାା ବେଳେ ଏବେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ସ୍ୱାସ୍ଥ୍ୟ ଅଧିକାରୀମାନେ କହିଛନ୍ତି ଯେ ୩,୩୩୮ ଜଣ ଲୋକ ଏହି ସଂକ୍ରମଣ ପାଇଁ ପଜିଟିଭ ପରୀକ୍ଷା କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ସେମାନଙ୍କ ପତା ମିଳିପାରି ନାହିଁ । ସଂକ୍ରମିତ ଲୋକଙ୍କୁ ଖୋଜିବାା ପାଇଁ ଏକ ଅନୁସନ୍ଧାନ ଚାଲିଛି । ବେଙ୍ଗାଲୁରୁରେ ୩,୩୦୦ରୁ ଅଧିକ କରୋନା ଭାଇରସ୍ ରୋଗୀଙ୍କ ପତା ନ ମିଳିବାର କାରଣ ହେଉଛି, ରୋଗୀମାନେ ସେମାନଙ୍କର ବିବରଣୀ ପ୍ରଦାନ କରିବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି ବୋଲି ଅଧିକାରୀମାନେ କହିଛନ୍ତି । ବ୍ରୁହତ ବେଙ୍ଗାଲୁରୁ ମହାନଗର ପାଲିକେ କମିଶନର ମଞ୍ଜୁନାଥ ପ୍ରସାଦ କହିଛନ୍ତି ଯେ, ରୋଗୀମାନେ ପରୀକ୍ଷା ପାଇଁ ଯିବାବେଳେ କର୍ତୃପକ୍ଷଙ୍କ ସହ ସେମାନଙ୍କର ସଠିକ୍ ବିିିବରଣୀ ଦେଉ ନାହାନ୍ତି, ଯାହାପାଇଁ ଏବେ ସେମାନଙ୍କୁ ଖୋଜିବା କଷ୍ଟକର ହୋଇପଡ଼ିଛି । ସହରରେ ୩,୩୩୮ ଜଣ କରୋନା ରୋଗୀଙ୍କ ପତା ଏ ପର୍ଯ୍ୟନ୍ତ ମିଳିପାରି ନାହିଁ । ଏହାର କାରଣ ହେଉଛି ଯେତେବେଳେ ରୋଗୀ ପରୀକ୍ଷା ପାଇଁ ଯାଆନ୍ତି,ସେମାନେ ଫର୍ମରେ ଅସମ୍ପୂର୍ଣ୍ଣ ଘର ଠିକଣା ଏବଂ ଭୁଲ ଫୋନ୍ ନମ୍ବର ଦିଅନ୍ତି । କର୍ଣ୍ଣାଟକର ଅଧାରୁ ଅଧିକ ମାମଲା ବେଙ୍ଗାଲୁରୁ ସହରାଂଚଳରୁ ରେକର୍ଡ କରାଯାଉଥିବା ବେଳେ ଏଭଳି ଖବର ଆସିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଶନିବାର ଦିନ କର୍ଣ୍ଣାଟକରୁ ୫୦୭୨ ଜଣ କରୋନା ସଂକ୍ରମିତ ହୋଇଥିଲେ । ସେ ମଧ୍ୟରୁ ୨୦୩୬ଟି ମାମଲା କେବଳ ବେଙ୍ଗାଲୁରୁ ସହରାଂଚଳର ଥିଲା ।

Leave A Reply

Your email address will not be published.

3 × five =