ଭୁବନେଶ୍ୱର- ରାଜ୍ୟରେ ଆଜି ପୁଣି ୪୨୪୨ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରର ୨୫୦୩ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୧୭୩୯ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ଚିହ୍ନଟ ନୂତନ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୬୫୨ ରହିଥିବା ବେଳେ କଟକରେ ଏହି ସଂଖ୍ୟା ୫୯୫ ରହିଛି । ଅଗୁଗୁଳରେ ୧୩୦, ବାଲେଶ୍ୱର ୧୫୫, ବରଗଡ ଓ ଭଦ୍ରକରେ ୧୧୪ ଲେଖାଏଁ, ବଲାଙ୍ଗିର ୬୮, ବୈଦ୍ଧ ୪୫, ଦେଓଗଡ ୧୦, ଢେଙ୍କାନାଳ ୭୧, ଗଜପତି ୨୭, ଗଞ୍ଜାମ ୫୭, ଜଗତସିଂହପୁର ୧୭୬, ଯାଜପୁର ୧୩୧, ଝାରସୁଗୁଡା ୨୦୫, କଳାହାଣ୍ଡି ୪୦,କନ୍ଧମାଳ ୧୫୩, କେନ୍ଦ୍ରାପଡା ୧୫୫, କେନ୍ଦୁଝର ୬୨, କେରାପୁଟ ୯୦, ମାଲକାନଗିରି ୬୯,ମୟୂରଭଞ୍ଜ ୧୭୧, ନବରଙ୍ଗପୁର ୫୪, ନୟାଗଡ ୫୩, ନୂଆପଡା ୫୮, ପୁରୀ ୧୮୨, ରାୟଗଡା ୧୩୪, ସମ୍ବଲପୁର ୧୯, ସୁନ୍ଦରଗଡ ୧୩୩ । ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୮୪୧୨୨କୁ ବୃଦ୍ଧି ପାଇଥିବା ବେଳେ ୧୪୫୬୭୫ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି ଓ ୩୭୬୮୪ ସକ୍ରିୟ ମାମଲା ରହିଛି ।