ନୂଅଦିଲ୍ଲୀ- ୫ ଟଙ୍କା ଫି ନେଇ ରୋଗୀ ଦେଖିଥିବା ଡାକ୍ତର ଭି. ତିରୁଭେଙ୍ଗଡମଙ୍କ ପରଲୋକ ହୋଇଛନ୍ତି । ହୃଦଘାତରେ ୭୦ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି । ଚେନ୍ନାଇର ସେଥିଲେ ଜଣେ ଜଣାଶୁଣା ଡାକ୍ତର । ତାଙ୍କ ମୃତ୍ୟୁ ରେ ବହୁ ଲୋକ ଦୁଃଖ ପ୍ରକାଶ କରିଛନ୍ତି । ଅଗଷ୍ଟ ୧୩ ତାରିଖରେ ଛାତିରେ ଯନ୍ତ୍ରଣା ହେବାପରେ ତାଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଥିଲା । ତାଙ୍କ କୋଭିଡ ରିପୋର୍ଟ ନେଗେଟିଭ ଆସିଥିଲା । ସେ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଡାକ୍ତର ଭି,ତିରିଭେଙ୍ଗଡମଙ୍କ ମୃତ୍ୟୁ ପରେ ଝିଅ ଭି. କଲ୍ୟାନପୁରମ ବାପାଙ୍କର କ୍ଲିନିକ ଚଲାଇବେ ବୋଲି କହିଛନ୍ତି ।