୫ରେ ଚନ୍ଦ୍ରଗ୍ରହଣ

ନୂଆଦିଲ୍ଲୀ : ଆସନ୍ତା ୫ତାରିଖ ଦିନ ଦେଶରେ ଚନ୍ଦ୍ରଗହଣ ଦୃଶ୍ୟମାନ ହେବ । ଚଳିତ ବର୍ଷ ଏହା ହେଉଛି ତୃତୀୟ ଚନ୍ଦ୍ର୍ରଗ୍ରହଣ । ପୂର୍ବରୁ ପ୍ରଥମ ଚନ୍ଦ୍ର ଗ୍ରହଣ ଜାନୁଆରି ୧୦ତାରିଖରେ ସଂଘଟିତ ହୋଇଥିଲା ବେଳେ ଦ୍ୱିତୀୟ ଚନ୍ଦ୍ରଗହଣ ହୋଇଥିଲା ଜୁନ୍ ୫-୬ ତାରିଖରେ । ତେବେ ଏହି ଚନ୍ଦ୍ର ଗ୍ରହଣ ୫ତାରିଖ ଦିନ ୩:୭:୨୩ରୁ ଆରମ୍ଭ ହୋଇ ୮.୩୭:୨୩ରେ ମୋକ୍ଷ ହେବ । ମାତ୍ର ମୋଟ୍ ୨ଘଂଟା ୪୫ମିନିଟ୍ ପର୍ଯ୍ୟନ୍ତ ଏହି ଚନ୍ଦ୍ର ଗ୍ରହଣ ଦୃଶ୍ୟ ମାନ ହେବ ।
ଭାରତ ସମେତ ଦକ୍ଷିଣ ଓ ପଶ୍ଚିମ ୟୁରୋପ, ଆଫ୍ରିକାର କିଛି ଅଂଚଳ, ଉତର ଓ ଦକ୍ଷିଣ ଆମେରିକାର କିଚି ଅଂଚଳ, ପ୍ରଶାନ୍ତ ମହାସାଗର, ଆଟଲାଂଟିକ୍ ମହାସାଗର, ଭାରତ ମହାସାଗର, ଆର୍ଟାକ୍ଟିକା ମହାସାଗରର କିଛି ଅଂଚଳରେ ଏହି ଚନ୍ଦ୍ରଗହଣ ଦେଖିବାକୁ ମିଳିବ । ଚଳିତବର୍ଷ ଜୁନ୍ ୨୧ତାରିଖରେ ସୂର୍ଯେ୍ୟାପରାଗ ଲାଗିଥିଲା । ତେବେ, ଏହି ଚନ୍ଦ୍ର ଗ୍ରହଣ ସମୟରେ ଉତର ଆମେରିକ, ଦକ୍ଷିଣ ଆମେରିକା ଓ ଆଫ୍ରିକାରେ ଚନ୍ଦ୍ର ଅନ୍ୟ ଦିନ ଅପେକ୍ଷା ସାମାନ୍ୟ କଳା ଦିଶିବ ।

Leave A Reply

Your email address will not be published.

1 × five =