ବାରିପଦା- ମହାମାରୀ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ଯୋଗୁଁ ବାରିପଦା ସହରକୁ ୭ ଦିନ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ବିିଭନ୍ନ ନାଗରିକ ସଂଗଠନ ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି । ଆସନ୍ତାକାଲି ଠାରୁ ୩ ତାରିଖ ପର୍ଯ୍ୟନ୍ତ ସମସ୍ତ ଦୋକାନ ବଜାର ବନ୍ଦ ରଖିବାକୁ କୁହାଯାଇଛି । ବାରଇପଦା ଯୁବ ସଂଗଠନ, ବ୍ୟବସାୟୀ ସଂଘ, ବଣିକ ସଂଘ, ଓକିଲ ସଂଘ ସହର ବନ୍ଦ ରଖିବା ସପକ୍ଷରେ ଯୁକ୍ତି ବାଢିଛନ୍ତି । ଏହି ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ ବୋଲି ସଂଗଠନ ପକ୍ଷରୁ କୁହଯାଇଛି । ତେବେ ଏନେଇ ପ୍ରଶାସନର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।