୮ ସିଂହଙ୍କୁ କରୋନା

ହାଇଦ୍ରାବାଦ: ସ୍ଥାନୀୟ ହାଇଦ୍ରାବାଦ ଚିଡିଆଖାନାରେ ୮ଟି ସିଂହଙ୍କୁ କରୋନା ହୋଇଥିବା ଆଶଙ୍କା କରାଯାଇଛି । ଚିଡିଆଖାନା କତୃପକ୍ଷ ଦୁଇଟି ସିଂହଙ୍କଠାରେ କରୋନା ପଜିଟିଭ ଲକ୍ଷଣ ପ୍ରକାଶ ପାଇବା ସନ୍ଦେହ କରିବା ପରେ ଏଠାରେ ଥିବା ସବୁ ସିଂହଙ୍କ ଲାଳ ନମୁନା ପରିକ୍ଷା ପାଇଁ ପଠାଯାଇଥିବା ଜଣାପଡିଛି । ସର୍ବ ପ୍ରଥମେ ସେମାନଙ୍କ ମଧ୍ୟରୁ ଦୁଇଟି ସିଂହଙ୍କ ଠାରେ କରୋନା ପଜିଟିଭ ଲକ୍ଷଣ ପ୍ରକାଶ ପାଇଥିବା ସୂଚନା ମିଳିଛି । ସେମାନଙ୍କ ପାଟିରୁ ଲାଳବୋହିବା ସହ ସେମାନେ ମାଂସ ଖାଉନଥିବା ଯୋଗୁ ଏହି ସିଂହ ଗୁଡିକ କରୋନା ଆକ୍ରାନ୍ତ ହୋଇଥିବା ଆଶଙ୍କା କରାଯାଉଛି ।

Leave A Reply

Your email address will not be published.

6 + seventeen =