୯ଲକ୍ଷ ଅତିକ୍ରମ କଲା କୋଭିଡ-୧୯ ଆରୋଗ୍ୟଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ କୋଭିଡ-୧୯ ଆରୋଗ୍ୟଙ୍କ ସଂଖ୍ୟା ୯ଲକ୍ଷକୁ ଅତିକ୍ରମ କରିଛି । ତେବେ ଗତ ୨୪ ଘଂଟା ମଧ୍ୟରେ ୩୧ ହଜାର ୯୯୧ଜଣ କରୋନା ଆରୋଗ୍ୟ ଲାଭ କରିବା ସହ ଦେଶରେ କୋଭିଡ୍-୧୯ ରୁ ଆରୋଗ୍ୟ ସଂଖ୍ୟା ଏବେ ୯ଲକ୍ଷ ୧୭ହଜାର ୫୬୮ରେ ପହଂଚିଛି । ଫଳରେ କୋଭିଡ୍ ମୃତ୍ୟୁ ହାର ୨.୨୮ପ୍ରତିଶତ ହ୍ରାସ ପାଇଛି ।ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି , ଦେଶରେ ଗୋଟିଏ ଦିନରେ ସର୍ବାଧିକ ୪୯ହଜାର ୯୩୧ଜଣ ନୂଆ କରୋନା ସଂକ୍ରମିତ ହେବା ସହ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧୪ ଲକ୍ଷ ୩୫ହଜାର ୪୫୩ ରହିଛି । ଦେଶର ବିଭିନ୍ନ କୋଭିଡ୍ ହସ୍ପିଟାଲରେ ୪ଲକ୍ଷ ୮୫ହଜାର ୧୧୪ଜଣ ସଂକ୍ରମିତ ବ୍ୟକ୍ତି ଚିକିତ୍ସିତ ହେଉଛନ୍ତି । ଗୋଟିଏ ଦିନରେ ଆଉ ୭୦୮ଜଣ ସଂକ୍ରମିତ ବ୍ୟକ୍ତି ମୃତୁ୍ୟ ଘଟିବା ସହ କୋଭିଡ-୧୯ ଜନିତ ମୃତ୍ୟୁ ସଂଖ୍ୟା ୩୨ ହଜାର ୭୭୧ରେ ପହଂଚିଛି । ତେବେ ରାଜଧାନୀ ଦିଲ୍ଲୀ ଆରୋଗ୍ୟ ହାରରେ ସର୍ବୋଚ୍ଚ ସ୍ଥାନରେ ରହିଛି । ଦିଲ୍ଲୀର ଆରୋଗ୍ୟ ହାର ୭୪ ପ୍ରତିଶତ ରୁ ଅଧିକ ରହିଛି । ୧୭ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ଆରୋଗ୍ୟ ହାର ଜାତୀୟ ଆରୋଗ୍ୟ ହାର ଠାରୁ ଅଧିକ ରହିଛି । ଆରୋଗ୍ୟ ଲାଭ କରିଥିବା ଲୋକମାନଙ୍କ ସଂଖ୍ୟା ଦୃଷ୍ଟିରୁୂ ମହାରାଷ୍ଟ୍ର ଶୀର୍ଷ ସ୍ଥାନରେ ଥିବା ବେଳେ ତାମିଲନାଡୁ , ଦିଲ୍ଲୀ ଓ ଆନ୍ଧ୍ରପ୍ରଦେଶ ପଛକୁ ରହିଛି । ମୃତୁ୍ୟ ହାର ଦୃଷ୍ଟିରୁ ଦେଶର ୨୯ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ମୃତୁ୍ୟ ହାର ଜାତୀୟ ମୃତୁ୍ୟହାରଠାରୁ କମ୍ ରହିଛି । ଅନ୍ୟପକ୍ଷରେ ଚିକିତ୍ସିତ ହେଉଥିବା ସଂକ୍ରମିତ ଲୋକମାନଙ୍କ ମଧ୍ୟରୁ ୬୮.୮୩ଭାଗ ସଂକ୍ରମିତ ବ୍ୟକ୍ତି କେବଳ ମହାରାଷ୍ଟ୍ର,କର୍ଣ୍ଣାଟକ, ତାମିଲନାଡୁ, ଆନ୍ଧ୍ର୍ରପ୍ରଦେଶ ଓ ଉତରପ୍ରଦେଶରୁ ରହିଛିନ୍ତି ।

Leave A Reply

Your email address will not be published.

12 − 9 =