୯ ଜଣଙ୍କ ମୁୁଣ୍ଡ ନେଲା କରୋନା


ଭୁବନେଶ୍ୱର- ରାଜ୍ୟରେ ଆଜି ପୁଣି ୯ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ମୃତକଙ୍କ ମଧ୍ୟରୁ ବରଗଡରୁ ୨, ଭଦ୍ରକ, ବଲାଙ୍ଗିର,କଟକ, ଗଜପତି, ପୁରୀ, ରାୟଗଡା ଓ ସମ୍ବଲପୁରରୁ ଜଣେ ଲେଖାଏଁ ରହିଛନ୍ତି । ବରଗଡରୁ ପ୍ରାଣ ହରାଇଥିବା ୨ ମୃତକଙ୍କ ମଧ୍ୟାରୁ ଜଣେ ବୃଦ୍ଧ ଓ ଜଣେ ମହିଳା । ସେମାନଙ୍କ ବୟସ ଯଥାକ୍ରମେ ୬୩ ଓ ୫୫ । ପୂର୍ବରୁ ଏମାନେ ଉଚ୍ଚ ରକ୍ତଚାପ ଓ ମଧୁମେହ ରୋଗରେ ଆକ୍ରାନ୍ତ ଥିଲେ । ସେହିପରି ଭଦ୍ରକର ୫୨ ବର୍ଷୀୟ ଯୁବକ କରୋନାରେ ମୃତ ବରଣ କରିଛନ୍ତି । ବଲାଙ୍ଗିରର ୫୫ ବର୍ଷୀୟ ପୁରୁଷ ପୂର୍ବରୁ ମଧୁମେହ ରୋଗରେ ଆକ୍ରାନ୍ତ ଥିଲା । ଗଜପତିର ୩୭ ବର୍ଷୀୟ ଯୁବକ ପୂର୍ବରୁ ବିଭିନ୍ନ ରୋଗରେ ଆକ୍ରାନ୍ତ ଥିଲେ । ପୁରୀର ୭୩ ବର୍ଷୀୟ ବୃଦ୍ଧ, ରାୟଗଡାର ୫୨ ବର୍ଷୀୟ ପୁରୁଷ ଓ ସମ୍ବଲପୁରର ୬୦ ବର୍ଷୀୟ ବୃଦ୍ଧ କରୋନାରେ ପ୍ରାଣ ହରାଇଛନ୍ତି । ଏଯାବତ୍ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୬୯୧କୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.

20 − twelve =