ଭୁବନେଶ୍ୱର-ସମାଜସେବୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ତଦନ୍ତ କରିବ କ୍ରାଇମବ୍ରାଂଚ । ପୋଲିସ ଡିଜି ଅଭୟ ଗୁରୁବାର ଏହି ସୂଚନା ଦେଇଛନ୍ତି । ବର୍ତମାନ ଭୁବନେଶ୍ୱର ରେଳବାଇ ପୋଲିସ ଏହି ମାମଲାର ତଦନ୍ତ କରୁଛି । ଗତ ଜୁଲାଇ ୭ ତାରିଖରେ ଲିଙ୍ଗରାଜ ଷ୍ଟେସନ ରେଳ ଧାରଣାରୁ ଆଦିତ୍ୟ ଦାସଙ୍କ ମୃତ୍ୟୁ ଶରୀର ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଆଜି ପର୍ଯ୍ୟନ୍ତ ତାଙ୍କ ମୃତୁ୍ୟର ରହସ୍ୟ ସ୍ପଷ୍ଟ ହୋଇନାହିଁ । ତାଙ୍କୁ କେହି ହତ୍ୟା କରିଛନ୍ତି କିମ୍ବା ସେ ଅତ୍ମହତ୍ୟା କରିଛନ୍ତି ସେ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ ।