ପୁରୀ- ଶ୍ରୀଜିଉଙ୍କ ଦର୍ଶନ ଲାଗି ଜାରି ହେଲା ମାର୍ଗଦର୍ଶିକା । ଭକ୍ତ କିପରି ମହାପ୍ରଭୁଙ୍କୁ ଦର୍ଶନ କରିବେ ସେଥିପାଇଁ ବିଚାର ବିମର୍ଶ ଆରମ୍ଭ ହୋଇଛି । ପ୍ରଭୁଙ୍କ ଦର୍ଶନ ଲାଗି ଅନଲାଇନ ମାଧ୍ୟମରେ ପଂଞ୍ଜିକରଣ କରାଯିବ । ଏଥିପାଇଁ ସ୍ୱତନ୍ତ୍ର ୱେବସାଇଟ୍ ଖେଲାଯିବ । ଏହି ୱେବସାଇଟ ଜରିଆରେ ଶ୍ରଦ୍ଧାଳୁ ନିଜର ନାମ ପଞ୍ଜିକରଣ କରିବେ । ଏଥିସହିତ କୋଭିଡ ମାର୍ଗଦର୍ଶିକା ଅନୁଯାୟୀ ଶ୍ରଦ୍ଧାଳୁ ନେଗେଟିଭ ବୋଲି ପ୍ରମାଣ ଦେବାକୁ ପଡିବ । ଦିନକୁ ନିର୍ଦ୍ଧିଷ୍ଟ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ପାଇଁ ଏହି ସୁଯୋଗ ଉପଲବ୍ଧ ହେବ । ପ୍ରଥମେ ପୁରୀ ଭକ୍ତଙ୍କୁ ଏହି ଦର୍ଶନ ସୁବିଧା ଦିଆଯିବ ବୋଲି କୁଯାଯାଉଛି । ଅନଲାଇନ ଦର୍ଶନ ସମ୍ପର୍କରେ ସରକାରଙ୍କୁ ଅବଗତ କରାଯାଇଛି ବୋଲି ପରିଚାଳନା କମିଟି ସଦସ୍ୟ ରାମଚନ୍ଦ୍ର ଦାସ ମହାପାତ୍ର ସୂଚନା ଦେଇଛନ୍ତି ।