ଭୁବନେଶ୍ୱର- ଚଳିତ ବର୍ଷ ପାସ୍ ହାର ସର୍ବାଧିକ ରହିଛି । ପୁଅଙ୍କୁ ପଛରେ ପକାଇ ବାଜିମାତ କରିଛନ୍ତି ଝିଅ । ଝିଅଙ୍କ ପାସ୍ ହାରୀର ୮୧,୯୮% ଥିବାବେଳ ପୁଅଙ୍କ ପାସ୍ ହାର ୭୭.୮% ରହିଛି । ୩୧ ସ୍କୁଲରେ ପରୀକ୍ଷା ଫଳ ଶୂନ ରହିଛି । ତେବେ କଣ ପାଇଁ ୩୧ଟି ସ୍କୁଲରେ ରେଜଲ୍ଟ ଖରାପ ହୋଇଛି ତାହାର ତଦନ୍ତ କରାଯିବ ବୋଲି ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ କହିଛନ୍ତି । ଚଳିତ ବର୍ଷ ୫,୩୪,୮୪୩ ଛାତ୍ରଛାତ୍ରୀ ପାରୀକ୍ଷା ଦେଇଥିଲେ, ସେଥିରୁ ୪,୨୧,୫୨୬ କୃତକାର୍ଯ୍ୟ ହୋଇଛନ୍ତି । ୧,୨୭୯ ଛାତ୍ରଛାତ୍ରୀ ଏ୧, ୮,୪୫୮ ଏ୨, ୧୮,୧୮୮ ବି୧, ୩୧, ୩୨୮ ବି୨, ୪୯,୧୫୩ ସି ଗ୍ରେଡ, ୮୯,୫୫୬ ଡିଗ୍ରେଡ ଓ ୨,୨୩,୧୯୫ ଜଣ ଛାତ୍ରଛାତ୍ରୀ ଇ ଗ୍ରେଡ ପାଇଛନ୍ତି ।