ମୁଣ୍ଡଳିରେ ୧୦ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ


ଭୁବନେଶ୍ୱର- ମୁଣ୍ଡଳିରେ ପ୍ରବାହିତ ହେଉଛି ୧୦ ଲକ୍ଷ କ୍ୟୁସେକ ଜଳ । ଏହା ଏତିକି ହିଁ ରହିବ ବୋଲି ବନ୍ୟା ମୁକାବିଲା ନେଇ ବସିଥିବା ଜଳ ସଂପଦ ସଚିବଙ୍କ ସମୀକ୍ଷର ବୈଠକ ପରେ ଏଭଳି ସୂଚନା ମିଳିଛି । ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ମୁଣ୍ଡଳିରେ ୧୦ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ ଓ ପରେ ଧୀରେଧୀରେ ଜଳ ପ୍ରବାହ କମ ରହିବ ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି । ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡାରେ ବନ୍ୟା ହେବା ନେଇ ସମ୍ଭାବନା ରହିଛି । ତେଣୁ ଓଡ୍ରାଫ, ଏନଡିଆରଏଫ ଟିମ ପ୍ରସ୍ତୁତ ଅଛନ୍ତି । ଦୟା ଓ ଭାର୍ଗବୀ ନଦୀ ଯୋଗୁଁ କଣାସ ଓ ଡେଲାଙ୍ଗର ବହୁ ଗାଁ ଜଳମଗ୍ନ ହୋଇଛି । ଦୟା ନଦୀରେ ୨ ଓ ରାଜୁଆ ନଦୀରେ ଗୋଟିଏ ଘାଇ ହୋଇଛି । ପାଣି କମିଲେ ତୁରନ୍ତ ଘାଇ ମରାମତି କରାଯିବ ବୋଲିି ଏସଆରସି କହିଛନ୍ତି ।

Leave A Reply

Your email address will not be published.

19 − 4 =