ଶ୍ରୀନଗର- କାଶ୍ମୀର ଭ୍ୟାଲିରୁ ପ୍ରତ୍ୟାହୃତ ହେବେ ୧୦ ହଜାର ଯବାନ । ଏନେଇ କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ନିର୍ଦେଶ ଜାରି କରାଯାଇଛି । ୨୦୧୯ ଅଗଷ୍ଟରେ ଧାରା ୩୭୦ ଉଛେଦ କରିବା ପୂର୍ବରୁ କେନ୍ଦ୍ର ସରକାର ଜାମ୍ମୁକାଶ୍ମୀରରେ ୪୦୦ ଆଡିସିନାଲ କମ୍ପାନୀ ମୁତୟନ କରିଥିଲେ । ଅଗଷ୍ଟ ୪ ତାରିଖରୁ ଲକଡାଉନ ଜାରି ହୋଇଥିବା ଯୋଗୁଁ ବିଦ୍ରୋହୀ ନେତାଙ୍କୁ ଗୃହବନ୍ଦୀ କରାଯାଇଥିଲା । ସ୍ଥିତିରେ ସୁଧାର ଆସିବାରୁ ଅନେକ ନେତା ଗୃହବନ୍ଦୀରୁ ମୁକୁଲିଥିଲେ । କାଶ୍ମୀର ଭ୍ୟାଲିରେ ସୁରକ୍ଷା ସ୍ଥିତିକୁ ଦେଖି ଏଭଳି ନିଷ୍ପତି ନିଆଯାଇଛି । ଜାମ୍ମୁ କାଶ୍ମୀରୁ ଧାରା ୩୭୦ ଉଛେଦ ପରେ ଏତେ ସଂଖ୍ୟକ ସୁରକ୍ଷା ବାହିନୀକୁ ଅପସାରଣ କରିବା ଏହା ସବୁଠାରୁ ବଡ ନିଷ୍ପତି ।