ନୂଆଦିଲ୍ଲୀ-N୯୫ମାସ୍କ ବ୍ୟବହାରକୁ ନେଇ କେନ୍ଦ୍ରର କଟକଣା । ଏନେଇ କେନନ୍ଦ୍ର ସ୍ୱାସ୍ଥ୍ୟସେବା ନିର୍ଦେଶକ ପ୍ରଫେସର ରାଜୀବ ଗର୍ଗ ସବୁ ରାଜ୍ୟକୁ ଜଣାଇଛନ୍ତି । ସାଧାରଣ ଲୋକ ଏହି ମାସ୍କ ଠିକ ରୂପେ ବ୍ୟବହାର କରୁନାହାନ୍ତି । ଏଥି ପାଇଁ କରୋନା ସଂକ୍ରମଣ ରୋକିବାକୁ ନିଆଯାଇଥିବା ପଦକ୍ଷେପ ଫଳପ୍ରଦ ହେଉନାହିଁ । ସଂକ୍ରମିତ ଠାରୁ ଭଲଭେଡ ଦେଇ ଭୂତାଣୁ ବାହାରିଯିବା ସମ୍ଭାବନା ରହିଛି । ତେଣୁ ଏହି N୯୫ମାସ୍କ ବ୍ୟବହାର ନକରି ଘର ତିଆରି କପଡା ମାସ୍କ ବ୍ୟବହାର କରିବା ପାଇଁ କୁହାଯାଇଛି ।