ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଯୋଗୁଁ ବିଭିନ୍ନ ନଦୀମାନଙ୍କରେ ଜଳସ୍ତର ବୃଦ୍ଧି ପାଇଛି । ଯାହାଫଳରେ ବନ୍ୟା ପରିସ୍ଥିତି ଦେଖିଦେଇଛି । ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ପ୍ରବାହିତ ଜଳକା, ବୈତରଣୀ ବିପଦ ସଂକୁଳ ଉପରେ ରହିଛି । ଆଜି ଭାର୍ଗବୀ ନଦୀରେ ଜଳସ୍ତର ବୃଦ୍ଧି ପାଇ ନଦୀ ଉପରେ ଥିବା ଏକ ପୋଲକୁ ଭାଙ୍ଗି ଦେଇଛି । ଯାହାଫଳରେ ପୋଲ ସଂଯୋଗ କରୁଥିବା ଗ୍ରାମକୁ ଯୋଗାଯୋଗ ବିଛନ୍ନ ହୋଇଛି । ଆଗକୁ ପୁଣି ଏକ ଲଘୁଚାପ ଥିବା ପାଣିବାଗ ବିଭାଗ ପୂର୍ବାନୁମାନ କରିଛି । ଏହାର ପ୍ରଭାବରେ ପ୍ରବଳ ବର୍ଷା ସାଙ୍ଗକୁ ଝଡ ତୋଫାନ ହେବ ବୋଲି ଅନୁମାନ କରାଯାଉଛି । ବିଭିନ୍ନ ଜିଲ୍ଲାର ବିଡିଓ ତହସିଲଦାର ମାନଙ୍କୁ ଆଲର୍ଟ ରହିବାକୁ କୁହାଯାଇଛି । ମତ୍ସଜୀବିକଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି । ଓ ବିଭିନ୍ନ ନଦୀ ବନ୍ଧ ଉପରେ ନଜର ରଖିବାକୁ ନିର୍ଦେଶ ଦିଆଯାଇଛି ।