ଭୋପାଲ: ଅଯୋଧ୍ୟାରେ ରାମ ମନ୍ଦିରର ଭୂମି ପୂଜନ ଅଗଷ୍ଟ ୫ ତାରିଖରେ ଅନୁଷ୍ଟିତ ହେବାକୁ ଯାଉଛି । ସେହିଦିନ ଦେଶର ସମସ୍ତ ଲୋକଙ୍କୁ ଘରେ ବସି ଦୀପ ଜାଳିବାକୁ ଅନୁରୋଧ କରିଛନ୍ତି ଆରଏସଏସ ମୁଖ୍ୟ ମୋହନ ଭାଗବତ । ଏହି ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବହୁ କ୍ୟାବିନେଟ୍ ମନ୍ତ୍ରୀ ରାମ ମନ୍ଦିର ଭୁମି ପୂଜନ ଉତ୍ସବରେ ସାମିଲ ହେବେ । ପ୍ରଧାନମନ୍ତ୍ରୀ ମଧ୍ୟାହ୍ନ ୧୨:୩୦ ସମୟରେ ସମୟରେ ଭୁମି ପୂଜନ ସମାରୋହରେ ଅଂଶଗ୍ରହଣ କରିବେ । ଭିଏଚପି ଦେଶର ୧୧ଟି ଧାର୍ମିକ ସ୍ଥାନରୁ ସଂଗୃହିତ ମାଟିକୁ ଅଯୋଧ୍ୟାର ଭୁମି ପୂଜନ ଉତ୍ସବରେ ବ୍ୟବହାର କରିବାକୁ ପଠାଇଛି ।