ଗୋଟିଏ ଗାଁ ରୁ ବନ୍ଧା ହେଲେ ୧୬ ଜଣ ମହିଳା

ଖଲ୍ଲିକୋଟ: ଗୋଟିଏ ଗାଁ ରୁ ୧୬ ଏଳାବେଳେ ବନ୍ଧାହୋଇଛନ୍ତି ୧୬ ଜଣ ମହିଳା । ନାବାଳକୁ ଗକ୍ଟ୍ରରେ ବାନ୍ଧି ଅକଥନିୟ ନିର୍ଯ୍ୟାତନା ଦେଇଥିବା ଅଭିଯୋଗରେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ପୁଲିସ ଏମାନଙ୍କୁ ଗିରଫ କରିଛି । ଗିରଫ ୧୬ଜଣ ମହିଳା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଭିକାପଡା ଗାଁର ବୋଲି ସୂଚନା ମିଳିଛି । ପୁଲିସ ସୂଚନା ଅନୁସାରେ , ଦୁଇ ଦିନ ତଳେ ଜଣେ ନାବାଳିକାର ଚରିତ୍ର ଉପରେ ସନେ୍ଦହ କରି ଭିକାପଡା ଗାଁରେ କଙ୍ଗାରୁ କୋର୍ଟ ବସିଥିଲା । କଙ୍ଗାରୁ କୋର୍ଟର ନିଷ୍ପତି ଅନୁଯାୟୀ ଗାଁର ମହିଳାମାନେ ଉକ୍ତ ନାବାଳିକାକୁ ଘରୁ ଟାଣି ଆଣି ଗକ୍ତରେ ବାନ୍ଧି ନିସ୍ତୁକ ମାଡ ମାରିଥିଲେ । ପରେ ଏହି ଘଟଣାକୁ ନେଇ ଉକ୍ତ ନାବାଳିକ ଜଣକ ଜେଜେ ମା’ଙ୍କ ସହ ମିଶି ଥାନରେ ଦ୍ୱାରସ୍ଥ ହୋଇଥିଲେ । ଅଭିଯୋଗ ପରେ ଗତକାଲି ପୁଲିସ ୧୬ଜଣ ମହିଳାଙ୍କୁ ଉଙ୍ଖାଇ ନେଇଛି । ସେମାନଙ୍କୁ ପଚରାଉଚରା କରିବା ସହ ଘଟଣାର ତଦନ୍ତ ଜାରି ରଖିଛି ପୁଲିସ । ପୂର୍ବରୁ ଉକ୍ତ ନାବାଳିକା ବାପାଙ୍କ ମୃତୁ୍ୟ ଘଟି ଥିବାବେଳେ ମା’ କେଉଁ ଆଡେ ଚାଲିଯାଇଛନ୍ତି । ଏବେ ବାପା-ମା’ ଛେଉଣ୍ଡ ନାବାଳିକାଟି ତା’ର ଜେଜେମା’ ପାଖରେ ଗାଁରେ ରହୁଛନ୍ତି ।

Leave A Reply

Your email address will not be published.

5 × four =