ଭୁବନେଶ୍ୱର- ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ସମସ୍ତ କଲେଜର +୩ ଶେଷ ସେମିଷ୍ଟାର ପରୀକ୍ଷା ସେପ୍ଟେମ୍ବର ୨୯ରୁ ଆରମ୍ଭ ହେବ । ଏହା ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ ଚାଲି । ସେହିପରି ସେପ୍ଟେମ୍ବର ୨୨ରୁ ୨୬ ତାରିଖ ମଧ୍ୟରେ ପ୍ରାକ୍ଟିକାଲ ପରୀକ୍ଷା ଅନଲାଇନ ମାଧ୍ୟମରେ କରାଯିବ । ଯେଉଁମାନଙ୍କ ଅନଲାଇନ ବ୍ୟବସ୍ଥା ନଥିବ ସହି ଛାତ୍ରଛାତ୍ରୀ ମାନେ କଲେଜରେ ପ୍ରାକ୍ଟିକାଲ ଦେବେ । ଥିଓରି ପରୀକ୍ଷା ୧ ଘଂଟାରେ ଶେଷ କରିବା ପାଇଁ ବ୍ୟବସ୍ଥା କରାଯାଇଛି । ଚଳିତ ବର୍ଷ ଓଏମଆର ବେସଡ ମଲଟିପୁଲ ଚଏସ ରେ ପରୀକ୍ଷା ହେବ । ପରୀକ୍ଷା ହଲରେ କୋଭିଡ କଟକଣାକୁ ମାନିବା ସହ ସାମାଜିକ ଦୂରତା ଓ ମାସ୍କ ବାଧ୍ୟତା ମୂଳକ କରାଯାଇଛି ।