ନୂଆଦିଲ୍ଲୀ- ଭାରତର ଅର୍ଥନୀତି ସ୍ୱାଭାବିିକ ରହିଛି ବୋଲି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି । ଆଜି ୭ମ ଏସବିଆଇ ବ୍ୟାଙ୍କିଙ୍ଗ୍ ଆଣ୍ଡ ଇକୋନମୀକ୍ସି କନକ୍ଳେଭରେ ଉଦବୋଧନ ଦେଇ ସେ କହିଛନ୍ତି କରୋନା ମହାମାରୀ ସମୟରେ ଆମର ଅର୍ଥନୈତିକ ଧାରାକୁ ନିରାପଦ ରଖିବା ସହ ସାମ୍ପ୍ରତିକ ସଙ୍କଟ ସମୟରେ ଅର୍ଥନୀତିକୁ ସହାୟକ ହେବା ନିମନ୍ତେ ରିଜର୍ଭ ବ୍ୟାଙ୍କ କେତେଗୁଡିଏ ପଦକ୍ଷେପ ଗ୍ରହଣ କରିଛି । ଫେବ୍ରୁଆରୀ ୨୦୧୯ରୁ କୋଭିଡ ୧୯ ଆରମ୍ଭ ହେବା ପର୍ଯନ୍ତ ବର୍ଦ୍ଧିତ ଆଧାରରେ ଆମେ ରେପୋ ରେଟ ୧୩୫ ବେସିସ ପଏଣଂଟ କାଟିଛୁ । ସେ ଆହୁରି ମଧ୍ୟ କହିଛନ୍ତି ଅର୍ଥନୈତିକ ଧାରାକୁ ଉଦ୍ଧାର କରିବା ପାଇଁ ବଫର୍ସ ନିର୍ମାଣ ଓ ପାଣ୍ଠି ବୃଦ୍ଧି ନିମନ୍ତେ ରିଜିର୍ଭ ବ୍ୟାଙ୍କ କ୍ରେଡିଟ ଫ୍ଲୋ ସୁନିଶ୍ଚିତ କରିଛି ।