ଭୁବନେଶ୍ୱର- ରାଜ୍ୟରେ ଆଜି ୫୦୦ ପାର କରିଛି କରିଛି କରୋନା ମୃତ୍ୟୁ ସଂଖ୍ୟା । ଗତ ୨୪ଘଂଟାରେ ୧୧ ଜଣ ଆକ୍ରାନ୍ତ ମୃତ୍ୟୁ ବରଣ କରିଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଭ ପକ୍ଷରୁ କୁହାଯାଇଛି । ପ୍ରାଣ ହରାଇଥିବା ୧୧ ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା, ପୁରୀ ଓ ମୟୂରଭଞ୍ଜରୁ ୨ ଜଣ ଲେଖାଏଁ, କଟକ, ଗଞ୍ଜାମ, ଜଗତସିଂହପୁର, କନ୍ଧମାଳ ଓ ରାୟଗଡାରୁ ଜଣେ ଲେଖାଏଁ ରହିଛନ୍ତି । କଟକରେ ମୃତ୍ୟୁ ବରଣ କରିଥିବା ୭୪ ବର୍ଷୀୟ ବୃଦ୍ଧା ମଧୁମେହ ଓ ଉଚ୍ଚରକ୍ତଚାପରେ ପୀଡିତ ଥିଲେ । ସେହିପରି ଜଗତସିଂହପୁରର ୩୫ ବର୍ଷୀୟ ଯୁବକ କିଡନୀ ରୋଗରେ ଆକ୍ରାନ୍ତ ଥିଲେ । ଗଞ୍ଜାମର ୬୦ ବର୍ଷୀୟ ବୃଦ୍ଧା ମଧୁମେହରେ ଆକ୍ରାନ୍ତ ଥିଲେ । କନ୍ଧମାଳର ୪୦ ବର୍ଷୀୟ ବୃଦ୍ଧାଙ୍କ ଡି୧୨ ମେରୁଣ୍ଡ ଭାଙ୍ଗି ଯାଇଥିଲା । ସେହିପରି ରୟଗଡାର ୪୫ ବର୍ଷୀୟ ଯୁବକ ଉଚ୍ଚରକ୍ତଚାପ ଓ ମଧୁମେହ ରୋଗରେ ଆକ୍ରାନ୍ତ ଥିଲେ । ପୁରୀରୁ ପ୍ରାଣ ହରାଇଥିବା ୨ ଜଣଙ୍କ ବୟସ ଯଥାକ୍ରମେ ୪୦ ଓ ୮୫ ଓ ଉଭୟ ଯୁବକ । ପୂର୍ବରୁ ବିିଭନ୍ନ ରୋଗରେ ପୀଡିତ ଥିଲେ । ଖୋର୍ଦ୍ଧାର ୨ ମୃତକଙ୍କ ବୟସ ୭୩ ଓ ୫୫ ରହିଛି, ଏମାନଙ୍କ ମଧ୍ୟରୁ ଜଣେ ମହିଳା ଓ ଅନ୍ୟ ଜଣେ ବୟସ୍କ ବୃଦ୍ଧ ରହିଛନ୍ତି । ପୂର୍ବରୁ ମଧ୍ୟ ଏମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ଥିଲେ । ସେହିପରି ମୟୂରଭଞ୍ଜର ଦୁଇ ଜଣଙ୍କ ବୟସ ଯଥାକ୍ରମେ ୮୦ ଓ ୬୦ ରହିଛି । ପୂର୍ବରୁ ଏମାନେ ବିିଭନ୍ନ ରୋଗରେ ଆକ୍ରାନ୍ତ ଥିବା ବେଳେ କରୋନାରେ ଏମାନଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୦୩କୁ ବୃଦ୍ଧି ପାଇଛି । ଖୋର୍ଦ୍ଧାରେ କରୋନା ମୃତ୍ୟୁ ସଂଖ୍ୟା ୬୭ ରହିଥିବା େବେଳ ପୁରୀରେ ୧୫, ମୟୂରଭଞ୍ଜରେ ୫, ଗଞ୍ଜାମରେ ୧୯୧, କଟକ ୩୨, ଜଗତସିଂପୁର ୫, କନ୍ଧମାଳ ୧୧ ଓ ରାୟଗଡାରେ ଏହି ସଂଖ୍ୟା ୨୫କୁ ବୃଦ୍ଧି ପାଇଛି ।